ମହିଳାଙ୍କୁ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ

ଦେଶ ଓ ରାଜ୍ୟରେ ଭୁଷୁଡି ପଡିଛି ଶାସନ ବ୍ୟବସ୍ଥା । ପ୍ରତିଦିନ ମହିଳାଙ୍କ ଉପରେ ଅସଦାଚରଣଠାରୁ ଆରମ୍ଭ କରି ଦୁଷ୍କର୍ମ ଏବଂ ହତ୍ୟା ଭଳି ଲଜ୍ଜାଜନକ ଘଟଣା ବଢ଼ି ଚାଲିଛି । ମହିଳାମାନେ ଆଜି ଅସୁରକ୍ଷିତ । ରକ୍ଷକ ହୋଇଛି ଭକ୍ଷକ । ନିକଟରେ ହାଇଦ୍ରାବାଦ, ବିହାର ଓ ପୁରୀ ଘଟଣାରେ ଦୁଷ୍କର୍ମକାରୀଙ୍କୁ କଠିନ ଦନ୍ଦ ଦିଆଯାଉ ବୋଲି ଦାବିକରି ଭଦ୍ରକ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମତି ପକ୍ଷରୁ ଗୁରୁବାର ଦିନ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମିତିର ଜିଲ୍ଲା ସଂପାଦିକା ଜୟନ୍ତି ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ମହିଳାମାନେ ମହିଳାଙ୍କ ସୁରକ୍ଷା ଓ ଦୁଷ୍କର୍ମ ବିରୋଧରେ ଶାଣିତ ସ୍ୱର ଉଠାଇଥିଲେ । ମହିଳାମାନେ ସୁରକ୍ଷା ଓ ସଶସ୍ତିକରଣ ନାମରେ ସରକାର ପ୍ରଚାର ପ୍ରସାର କରୁଥିବାବେଳେ ମହିଳାଙ୍କ ଉପରେ ଦୁଷ୍କର୍ମ ବିରୋଧରେ ଶାସକ ଦଳର ନେତାମାନେ ନୀରବ କାହିଁକି । ରାଜସ୍ୱ ଆଦାୟ ବୃଦ୍ଧି ଆଳରେ ସରକାର ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିବାକୁ ଘୋଷଣା କରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ଓ ଓଡିଶାରେ ମହିଳାମାନଙ୍କ ପ୍ରତି ଧର୍ଷଣ ଓ ହତ୍ୟାଭଳି କଳଙ୍କିତ ଲୋମହର୍ଷଣକାରୀ ଭଳି ଘଟଣା ତୁରନ୍ତ ବନ୍ଦ କରାଯିବା ସହ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି । ମହିଳାମାନଙ୍କ ପ୍ରତି ସାମନ୍ତବାଦୀ ଦୃଷ୍ଟିଭଙ୍ଘୀର ପରିବର୍ତ୍ତନ ପାଇଁ ସରକାର ପଦକ୍ଷେପ ନେଲେ ଅନେକ ମହିଳାମାନେ ନିର୍ଯାତିତଙ୍କ ଜୀବନ ରକ୍ଷା ହେବା ସହ ଦୋଷୀଙ୍କୁ କଠୋର ଦନ୍ଦ ମିଳି ପାରନ୍ତା । ବିଳମ୍ବିତ ବିଚାର ପୁଲିସର ନିଷ୍କ୍ରିୟତା ଓ ଶାସନ କଳର ପ୍ରଚାର ସର୍ବସ୍ୱ ଖାମଖିଆଲି ମନୋଭାବ ଯୋଗୁ ସମାଜରେ ଏଭଳି କୁକର୍ମ ବଢି ଚାଲିଛି । ପୀଡ଼ିତାଙ୍କୁ ନିରାପତା ଓ ଉପଯୁକ୍ତ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ଦୁଷ୍କର୍ମକାରୀଙ୍କୁ ଅବିଳମ୍ବେ କଠିନ ଦନ୍ଦ ଦେବାକୁ ଆମେ ସରକାରଙ୍କ ପାଖରେ ଦାବି କରୁଛୁ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ-ଏଲ) ଲିବରେସନ୍ର ଜିଲ୍ଲା ସଂପାଦକ ସମର ବଳ, ଛାତ୍ରନେତା ପ୍ରତାପ ନାୟକ, ରାଧିକା ଜେନା, ବାସନ୍ତି ଜେନା, ସାବିତ୍ର ଜେନା, କିଶୋର ଜେନା, ମଂଜୁଲତା ଜେନା, କୁମୁନ୍ଦୀନି ଜେନା, ଜନକୀ ଜେନା, ପ୍ରଣତି ନାୟକ, ଝରଣା ଜେନା, ଜଗନ୍ନାଥ ରଥ, ପ୍ରତିମା ଜେନା, ପ୍ରଦ୍ମନି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*