ମହାଶ୍ୱେତାଙ୍କୁ ପୁରୀରୁ ଲଢ଼ାଇବ କି ଭାଜପା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପୁରୀକୁ ନେଇ ଯାବତୀୟ କଳ୍ପନାଜଳ୍ପନା । ଆଗରୁ ହୋ ଉଠିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ସହ ଲଢିବେ ଓଡ଼ିଶାର ପୁରୀରୁ । ବାରାଣାସୀ ଶିବ କ୍ଷେତ୍ର । ପୁରୀ ବିଷ୍ଣୁ କ୍ଷେତ୍ର । ଏହି ଅଟକଳ ଭିତରେ ଚର୍ଚ୍ଚା ବି ହେଲା ମୋଦୀ ପୁରୀରୁ ଲଢିଲେ ବଦଳିଯିବ ପୂରା ଗଣିତ । କେହିକେହି ଏହା ମଧ୍ୟ କହିଲେ ଯେ, ମୋଦୀ ବଙ୍ଗଳାରୁ ଲଢିପାରନ୍ତି । ଏବେ ଏହି ଚର୍ଚ୍ଚା ଧିମେଇଯାଇଚି । କିନ୍ତୁ ପୁଣି ଆରମ୍ଭ ହେଲା ଯେ ପୁରୀରୁ ପଦ୍ମ ଦଳ ଲଢେଇବ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ । କିଛି ଗଣମାଧ୍ୟମରେ ଯେଉଁ ତାଲିକା ପ୍ରକାଶ ପାଇଲା ସେଥିରେ ବି ସମ୍ବିତଙ୍କ ନାଁ ରହିଥିଲା । ହେଲେ ପଦ୍ମ ପାର୍ଟି ପୁରୀରୁ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ଲଢାଇପାରେ । ଯଦିଓ ଦଳ ତରଫରୁ କିଛି ସଂକେତ ମିଳୁନାହିଁ, ମହାଶ୍ୱେତା ମଧ୍ୟ ଲଢିବେ କି ନାହିଁ ସ୍ପଷ୍ଟ ହେଉନାହିଁ, କିନ୍ତୁ ଯେଉଁ ଖବର ନୋ କମେଣ୍ଟ ପାଖରେ ପହଞ୍ଚୁଚି, ଜଣାପଡୁଚି ଯେ ପିନାକୀଙ୍କ ବିରୋଧରେ ମଇଦାନରେ ଓହ୍ଲେଇପାରନ୍ତି ମହାଶ୍ୱେତା ।
କଂଗ୍ରେସରୁ ଜମ୍ପ୍‌ ମାରି ପିନାକୀ ୨୦୦୯ରେ ପୁରୀରୁ ଜିଣିଲେ ଲୋକସଭାକୁ । ଗଲାଥର ପିନାକୀ ହରେଇଥିଲେ କଂଗ୍ରେସର ସୁଚରିତା ମହାନ୍ତିଙ୍କୁ । ପଦ୍ମ ଦଳର ଅଶୋକ ସାହୁ ତୃତୀୟ ସ୍ଥାନରେ ରହି ପାଇଥିଲେ ୨ଲକ୍ଷରୁ ଅଧିକ ଭୋଟ୍‌ । କିନ୍ତୁ ଏଥର ବାତାବରଣ ବଦଳୁଚି । ପୁରୀ ଲୋକସଭା ଆସନ ଭିତରେ ରହିଛି ପୁରୀ,ବ୍ରହ୍ମଗିରି,ସତ୍ୟବାଦୀ, ପିପିଲି, ଚିଲିକା,ରଣପୁର ଏବଂ ନୟାଗଡ଼ । ୨୦୦୯ରେ ବିଜଦ ରୁ ହାଟି୍ରକ କରିଥିବା ବ୍ରଜ ତି୍ରପାଠୀ ଟିକଟ ନପାଇ ପଦ୍ମ ଦଳରୁ ଲଢିଥିଲେ । କିନ୍ତୁ ଭୋଟ୍‌ ପରେ ପରେ ଦଳ ଛାଡି ନୂଆ ଦଳ ଗଢିଥିଲେ । ଏବେ ଭାଜପାକୁ ଆସିବା ପାଇଁ ସେ ଆଗ୍ରହୀ ଥିବା କୁହାଯାଉଛି । ତେବେ ଯାହାହେଉ ପଛେ ମହାଶ୍ୱେତା ମଇଦାନକୁ ଯଦି ଓହ୍ଲାନ୍ତି ପୁରୀ ଲଢେଇ ବି ଜମିଯିବ ବହୁତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*