ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ ୨୧ରେ ଭୋଟ୍‌ ଗ୍ରହଣ, ୨୪ରେ ଫଳାଫଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନିର୍ବାଚନ କମିଶନ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ । ୨୪ ତାରିଖରେ ଭୋଟ୍‌ ଗଣତି କରାଯିବ ।
ମୁଖ୍ୟ ନିର୍ବାଚନୀ କମିଶନ ସୁନୀଲ ଅରୋରା ନିର୍ବାଚନୀ କାର୍ଯ୍ୟକ୍ରମର ସୂଚନା ଦେଇ କହିଛନ୍ତି ଯେ, ଏହି ଦୁଇ ରାଜ୍ୟ ପାଇଁ ଆସନ୍ତା ୨୭ ତାରିଖରେ ଅଧିସୂଚନା ଜାରି କରାଯିବ । ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଏବଂ ୭ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯିବ । ଏଥିସହ ୧୮ଟି ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ବିହାରର ସମସ୍ତିପୁର ଲୋକସଭା ଆସନର ଉପନିର୍ବାଚନ ମଧ୍ୟ ଅକ୍ଟୋବର ୨୧ରେ ହେବ ।
୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ର ଏବଂ ୯୦ ଆସନ ବିଶିଷ୍ଟ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ । ଶନିବାର ଏହି ଘୋଷଣା ସହ ଦୁଇ ରାଜ୍ୟରେ ନିର୍ବାଚନୀ ଆଚାର ସଂହିତା ଲାଗୁ ହୋଇଯାଇଛି । ଏବେ ଏହି ଦୁଇରାଜ୍ୟରେ କୌଣସି ନୂଆ ଘୋଷଣା ହୋଇପାରିବ ନାହିଁ । ମହାରାଷ୍ଟ୍ରରେ ୮.୯ କୋଟି ଏବଂ ହରିୟାଣାରେ ୧କୋଟି ୨୮ଲକ୍ଷ ଭୋଟର ୨୧ତାରିଖରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*