ମହାରାଷ୍ଟ୍ରର ମହାରାୟ ଆସିବ ଆଜି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନୂଆଦିଲ୍ଲୀ

ରବିବାର ଦିନ ସୁପି୍ରମକୋର୍ଟଙ୍କ ପକ୍ଷରୁ କୌଣସି ବଡ ନିଦେ୍ର୍ଦଶ ମହାରାଷ୍ଟ୍ର ରାଜନୈତିକ ଘଟଣା ଉପରେ ଆସିନାହିଁ । ଫ୍ଲୋର ଟେଷ୍ଟ ରବିବାର କରାଇବାର ଆଦେଶ ସୁପି୍ରମକୋର୍ଟ ଦିଅନ୍ତୁ ବୋଲି କଂଗ୍ରେସ ଓ ଶିବସେନା ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ସୁପି୍ରମକୋର୍ଟଙ୍କ ପକ୍ଷରୁ ରବିବାର କିନ୍ତୁ ସେପରି କୌଣସି ନିଦେ୍ର୍ଦଶ ଦିଆଯାଇନାହିଁ । ରାକପା, କଂଗ୍ରେସ ଏବଂ ଶିବସେନା ପକ୍ଷରୁ ଦାଖଲ ହୋଇଥିବା ରିଟ୍‌ ପିଟିସନର ଶୁଣାଣି ରବିବାର ସୁପି୍ରମକୋର୍ଟଙ୍କ ଏକ ଖନ୍ଦପୀଠ କରିଥିଲେ । ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖନ୍ଦପୀଠ ଆଦେଶ କରିଥିଲେ ଯେ, ରାଜ୍ୟପାଳଙ୍କ ଦୁଇଟି ଚିଠି ସୋମବାର ସକାଳ ସାଢେ ୧୦ଟା ସୁଦ୍ଧା ତାଙ୍କ ସମ୍ମୁଖରେ ପ୍ରସ୍ତୁତ କରିବା ପାଇଁ । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ହଟାଇନେବା ପାଇଁ ରାଜ୍ୟପାଳ କରିଥିବା ସୁପାରିସ ପତ୍ର ତଥା ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କୁ ସରକାର ଗଠନ ଲାଗ କରିଥିବା ଆମନ୍ତ୍ରଣ ପତ୍ର ଉପସ୍ଥାପିତ କରିବା ପାଇଁ ମେହେଟ୍ଟାଙ୍କୁ ଖନ୍ଦପୀଠ କହିଛନ୍ତି । ଜଷ୍ଟିସ ଏନ ଭି ରମଣା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ଖନ୍ଦପୀଠ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କୁ ଏହି ପିଟିସନ ଉପରେ ଜବାବ ରଖିବାକୁ ନୋଟିସ ଜାରି କରିଛନ୍ତି । ସୁପି୍ରମକୋର୍ଟ ମଧ୍ୟ ଫଡ଼ନାବିସ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କୁ ମଧ୍ୟ ସମାନ ନୋଟିସ ଦେଇଛନ୍ତି । ସୋଲିସିଟର ଜେନେରାଲଙ୍କୁ ସୋମବାର ସାଢେ ୧୦ଟା ସୁଦ୍ଧା ଦୁଇଟି ଯାକ ପତ୍ର ପ୍ରଦାନ କରିବା ଲାଗି ଖନ୍ଦପୀଠ କହିଥିଲେ । ଏଥିସହ ମେହେଟ୍ଟାଙ୍କ ପକ୍ଷରୁ ଦୁଇ ଦିନ ସମୟ ମଗା ଯାଇଥିଲାବେଳେ ତାହାକୁ କରିଥିଲେ ଖାରଜ । ସିନିୟର ଆଡଭୋକେଟ୍‌ କପିଲ ଶିବଲ ଏବଂ ଅଭିଷେକ ମନୁସିଙ୍ଘଭି ତିନି ଦଳ ପକ୍ଷରୁ କୋର୍ଟରେ ଉପସ୍ଥିତ ହୋଇ ରବିବାରରେ ହିଁ ବହୁମତ ସାବ୍ୟସ୍ତ କରିବା ସକାଶେ ଆଦେଶ ଦିଆଯାଉ ବୋଲି ଅନୁରୋଧ କରିଥିଲେ । ସେମାନେ ଖନ୍ଦପୀଠଙ୍କୁ ଦର୍ଶାଇଥିଲେ ଯେ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ନିର୍ବାଚନ ବାଦ୍‌ ଗଠିତ ମେଣ୍ଟ ପାଖରେ ବହୁମତ ରହିଛି । ତେବେ ସିନିୟର ଆଡଭୋକେଟ୍‌ ମୁକୁଲ୍‌ ରୋହତଗି ଭାରତୀୟ ଜନତା ପାର୍ଟି ବିଧାୟକଙ୍କ ପକ୍ଷରୁ ଏହି ମାମଲାରେ ଉପସ୍ଥିତ ରହି ଏପରି ଏକ ପିଟିସନ ସୁପି୍ରମକୋର୍ଟରେ ଦାଖଲ କରିବା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ । ବମ୍ବେ ହାଇକୋର୍ଟଙ୍କ ପାଖକୁ ସେମାନଙ୍କର ଯିବାର ଥିଲା ବୋଲି କହିଥିଲେ ରୋହତଗି । ଅନୁମାନ କରାଯାଉଛି ସୋମବାର ଦିନ ହିଁ ସୁପି୍ରମକୋର୍ଟ ମହାରାଷ୍ଟ୍ର ସରକାର ବାବଦରେ କିଛି ନିର୍ଦ୍ଦିଷ୍ଟ ନିଦେ୍ର୍ଦଶ ଦେବେ ବୋଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*