ମହାଭିଯୋଗର ସାମ୍ନା କରିବେ ଟ୍ରମ୍ପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ୱାଶିଂଟନ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲାଗି ପରିସ୍ଥିତି ଅଧିକ ଗମ୍ଭୀର ହେବାକୁ ଲାଗିଛି । ଅଧିକରୁ ଅଧିକ ମୁସ୍କିଲରେ ସେ ଘେରିହୋଇଯାଉଛନ୍ତି । ତାଙ୍କ ବିରୋଧରେ ମହାଭିଯୋଗର ଯାଞ୍ଚ କଂଗ୍ରେସର ଯେଉଁ ସମିତି କରୁଥିଲା ସେ ତା’ର ରିପୋର୍ଟ ପ୍ରଦାନ କରିଛି । ଯେଉଁଥିରେ ତାଙ୍କୁ ଦୋଷୀ ଭାବେ ଉଲ୍ଲେଖ କରାଯାଇଛି । ପ୍ରତିନିଧି ସଭାର ନାୟିକ ସମିତି ସ୍ପିକର ନେନ୍‌ସି ପେଲୋସି ଟ୍ରମ୍ପ ମହାଭିଯୋଗର ସାମ୍ନା କରିବାକୁ ଯାଉଥିବା ବିଷୟ ଖୁଲ୍ଲାସା କରିଛନ୍ତି । ନେନ୍‌ସି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଉପରେ ମହାଭିଯୋଗ ମାମଲା ଚଳାଯିବ । କାରଣ ରିପୋର୍ଟରେ ସଫାସଫା ରାଷ୍ଟ୍ରପତି ନିଜ ପଦର ଦୁରୁପଯୋଗ କରିଥିବା ବିଷୟ କୁହାଯାଇଛି । ସେ ଦେଶ ହିତକୁ ବି ଗୁରୁତ୍ୱ ଦେଇନଥିବା କଥା ଏହି ରିପୋର୍ଟରେ ମଧ୍ୟ ଦର୍ଶାଯାଇଛି । ବର୍ତ୍ତମାନ ଆମେରିକାରେ ଗଣତନ୍ତ୍ରକୁ ନେଇ ପ୍ରଶ୍ନଚିହ୍ନ ଉଠିଥିଲା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟଧାରା ଆମକୁ ମହାଭିଯୋଗ ମାମଲା ଚଳାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଛାଡ଼ିନାହାନ୍ତି ବୋଲି ନେନ୍‌ସି ବତାଇଛନ୍ତି । ସେ ଗୁରୁବାର ଦିନ କହିଛନ୍ତି, ଡେମୋକ୍ରାଟିକ୍‌ ନେତା ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତୁତ ହେବା ଦରକାର । ଏହି ପ୍ରସ୍ତାବ ଉପରେ ପ୍ରଥମେ ଗୃହରେ ଭୋଟ୍‌ ନିଆଯିବ । ଏହାପରେ ଗୃହ ମୁଲତବୀ ହୋଇଯିବ ମାସ ଶେଷ ବେଳକୁ । ତେଣୁ ଜାନୁଆରୀ ମାସରେ ସିନେଟ୍‌ରେ ଟ୍ରାଏଲ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟଧାରା ଆମେରିକା ସମ୍ବିଧାନର ବିରୁଦ୍ଧାଚରଣ କରିଛି ବୋଲି ନେନ୍‌ସି ଦର୍ଶାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*