ମହାପ୍ରଭୁଙ୍କୁ ଅର୍ପଣ କଲେ ସଞ୍ଚିତ ଅର୍ଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପରିବାରର ସମସ୍ତଙ୍କୁ ହରାଇବା ପରେ ଶ୍ରୀଜଗନ୍ନାଥଙ୍କୁ ଆଶ୍ରା କରି ଜୀବନ ଜୀଉଁଥିବା ଆନ୍ଧ୍ରପ୍ରଦେଶର ଏହି ବୃଦ୍ଧା ଡାଳିମ୍ବ ସାହୁ ନିଜ ସ୍ୱାମୀଙ୍କ ସଞ୍ଚିତ ୩୫ହଜାର ଟଙ୍କାକୁ ମହାପ୍ରଭୁଙ୍କ ଚରଣରେ ଅର୍ପଣ କରିଛନ୍ତି । ତାଙ୍କର ଏହି ମହାନତାକୁ ସବୁରି ମହଲରେ ପ୍ରଶଂସା କରାଯାଉଛି ।
ମହାପ୍ରଭୁ ହିଁ ମୋର ଏକମାତ୍ର ସାହା । ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରି ମୁଁ ଆରମ୍ଭ କରିଥିଲି ମୋ ନୂଆ ଜୀବନ । ତେଣୁ ମହାପ୍ରଭୁଙ୍କ ପାଦ ତଳେ ଅର୍ପଣ କରୁଛି ସଞ୍ଚିତ ଅର୍ଥ । କୋହ ଭରା କଣ୍ଠରେ ଏହା କହି ଡାଳିମ୍ବ ସାହୁ ସମସ୍ତ ଅର୍ଥକୁ ଶ୍ରୀଜଗନ୍ନାଥଙ୍କୁ ଦାନ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ବୈରିବଙ୍କା ଗ୍ରାମର ଏହି ବୃଦ୍ଧା ଜଣକ ହେଉଛନ୍ତି ଡାଳିମ୍ବ ସାହୁ । ନିଜର ପରିବାର ବୋଲି ଥିଲେ ସ୍ୱାମୀ ଏବଂ ଝିଅ । ହସଖୁସିରେ ଚାଲିଥିଲା ପରିବାର । ହେଲେ ସବୁକିଛି ବଦଳି ଗଲା । ଦିନ କେଇଟା ମଧ୍ୟରେ ସ୍ୱାମୀ ଓ ଝିଅଙ୍କୁ ହରାଇଥିଲେ ଡାଳିମ୍ବ । ଦୁଃଖକୁ ସମ୍ଭାଳି ନପାରି ଏକପ୍ରକାର ପାଗଳ ହୋଇଯାଇଥିଲେ । ହେଲେ ତାଙ୍କୁ ଜଣେ ବ୍ୟକ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ନୂଆ ଜୀବନ ଆରମ୍ଭ କରିବାର ପରାମର୍ଶ ଦେଇଥିଲେ । ମହାପ୍ରଭୁଙ୍କୁ ବିଶ୍ୱାସ କରି ବଞ୍ଚିବା ପାଇଁ ଡାଳିମ୍ବ ଖୋଲିଥିଲେ ଏକ ଉଠା ଦୋକାନ । ଆଉ ଏହି ଦୋକାନ କାରଣରୁ ଏବେ ସେ ନିଜ ପେଟପାଟଣା କରିପାରୁଛନ୍ତି । ତାଙ୍କ ସ୍ୱାମୀ ସଞ୍ଚୟ କରିଥିବା ୩୫ହଜାର ଟଙ୍କାକୁ ସେ ଆନ୍ଧ୍ରରୁ ଆସି ପୁରୀରେ ଶ୍ରୀମହାପ୍ରଭୁଙ୍କୁ ଦାନ ଦେଇଛନ୍ତି । ସେ କହିଛନ୍ତି ଯେ, ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଏବେ ବଞ୍ଚିଛି । ସ୍ୱାମୀଙ୍କ ସଞ୍ଚିତ ଅର୍ଥ ଅନ୍ୟ କିଏ କାହିଁକି ଖାଇବ, ସେଥିପାଇଁ ଏହା ମୁଁ ମନ୍ଦିରକୁ ଦାନ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*