ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର: ରାସ୍ତାରୋକ ସହ ତହସିଲଦାରଙ୍କୁ ୬ ଘଣ୍ଟା ଧରି ଅଟକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୀଳଗିରି

ଗୋଟାଏ ପରେ ଗୋଟାଏ ଘଟଣାରେ ଛନ୍ଦି ହୋଇ ପଡ଼ୁଛନ୍ତି ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡ଼ୁ । ଏଥିପାଇଁ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଉଥିବା ବେଳେ ବୁଧବାର ଦୁର୍ବ୍ୟବହାର ପାଇଁ ତହସିଲଦାର ଦୀର୍ଘ ୬ଘଣ୍ଟା ଧରି ଅଟକ ରହିବା ଘଟଣା ତାଙ୍କର କାର୍ଯ୍ୟକୁ ପଦାରେ ପକାଇଛି । ଏହାକୁ ନେଇ ଦିନ ୧୨ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଦଳା ମିତ୍ରପୁର ରାସ୍ତାର ମଛୁଆ ଛକଠାରେ ସାଧାରଣ ଜନତା ରାସ୍ତାରୋକ କରି ବସିଥିଲେ । ସୂଚନା ଥାଉକି, ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡ଼ୁ ମିତ୍ରପୁର ଆର୍ଆଇ ଏବଂ ତହସିଲ ଅଫିସର କର୍ମଚାରୀ ବଳମାଳୀ ସିଂଙ୍କୁ ଧରି ମିତ୍ରପୁର କାଠପାଳ ଅଞ୍ଚଳକୁ ଯାଇଥିଲେ । କାଠପାଳ ପୋଲଠାରେ ଏକ ବାଲି ବୋଝେଇ ଟ୍ରକ୍କୁ ଅଟକାଇ ଡ୍ରାଇଭରକୁ ପରମିଟ୍ ମାଗିଥିଲେ । ଡ୍ରାଇଭର ପରମିଟ୍ ଦେଖାଇବାକୁ ଯାଉଥିବା ବେଳେ ତହସିଲଦାର ସୁଶ୍ରୀତା ଟୁଡ଼ୁ ୨ଟି ପରମିଟ୍କୁ ଛଡ଼ାଇ ନେବା ସହ ବଳପୂର୍ବକ ଡ୍ରାଇଭରର ମୋବାଇଲ୍ଟିକୁ ଛଡ଼ାଇ ନେଇ ଟ୍ରକ୍ଟିକୁ ନୀଳଗିରି ଆଣୁଥିବା ବେଳେ ମଛୁଆ ଛକ ଠାରେ ଅଞ୍ଚଳବାସୀ ତହସିଲଦାରଙ୍କୁ ଅଟକାଇ ପରମିଟ୍ ଠିକ୍ ଥିବା ବେଳେ ଆପଣ କଣ ପାଇଁ ଟ୍ରକ୍କୁ ନୀଳଗିରି ନେଇଯାଉଛନ୍ତି ବୋଲି କହିବାରୁ ହଠାତ୍ ତହସିଲଦାର ତୁମ୍ଭେମାନେ ସବୁ ଚୋର, ମୋ ପାଖରୁ ଦୂରେଇ ଠିଆ ହୁଅ ଆଦି ଅଭଦ୍ରଚିତ ବ୍ୟବହାର କରିବାରୁ ଧିରେ ଧିରେ ଏହା ଉଗ୍ରରୂପ ନେଇଥିଲା । ଶତାଧିକ ବ୍ୟକ୍ତି ରାସ୍ତାରେ ତମ୍ବୁ ପକାଇ ତହସିଲଦାର ଜିପ୍କୁ ନଛାଡ଼ି ରାସ୍ତାରୋକ କରିଥିଲେ । ଖବର ପାଇ ନୀଳଗିରି ଉପ-ଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ନୀଳଗିରି ଥାନାର ସବ୍-ଇନ୍ସପେକ୍ଟର ଗଣେଶ ତ୍ରିପାଠୀ, ସସ୍ମିତା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚôଥିଲେ । ମାତ୍ର ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକରୁ ହଟିନଥିଲେ । ତହସିଲଦାର ନିଜର ବ୍ୟବହାର ପାଇଁ ଭୁଲ୍ ମାଗନ୍ତୁ ବୋଲି ଜିଦ୍ ଧରିଥିଲେ । ଅପରାହ୍ନ ୫ଟା ପର୍ଯ୍ୟନ୍ତ ସାଧାରଣ ଜନତା ତହସିଲଦାରଙ୍କୁ ନଜରବନ୍ଦୀ କରି ରଖିଥିଲେ । ପରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ନୀଳଗିରି ଉପ-ଜିଲ୍ଲାପାଳ ପହଞ୍ଚô କହିଥିଲେ ଯେ ତହସିଲଦାର ମନଇଚ୍ଛା ଫାଇନ୍ କାଟିପାରିବେ ନାହିଁ । ଏଥିପାଇଁ ଏକ କୋର୍ କମିଟି ଡକାଯାଇ ଜୋରିମାନା ସ୍ଥିର କରାଯିବ । ଆସନ୍ତା ଶନିବାର ଦିନ କମିଟି ବସି ସ୍ଥିର କରାଯିବାର ଉପ-ଜିଲ୍ଲାପାଳ ପ୍ରସ୍ତାବ ଦେବା ସହ ସେତେଦିନ ପର୍ଯ୍ୟନ୍ତ ତହସିଲଦାର କୌଣସି ଗାଡ଼କୁ ଫାଇନ୍ କରିପାରିବେ ନାହିଁ । ୨ୟରେ ଯେଉଁ ଟ୍ରକ୍ରୁ ପରମିଟ୍ ଛଡ଼ାଇ ନେଇଥିଲେ ଉକ୍ତ ପରମିଟ୍କୁ ତହସିଲ ଅଫିସ୍ରେ ଦେଖାଇବା ସହ କୌଣସି ଫାଇନ୍ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । କୌଣସି ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ତହସିଲଦାର ଆଣିପାରିବେ ନାହିଁ । ଉପ-ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହ ତହସିଲଦାରଙ୍କ ର୍ଦୁବ୍ୟବହାର ବିଷୟରେ ତଦନ୍ତ କରାଯିବାର ପ୍ରତିଶ୍ରୁତି ଦେଲା ପରେ ରାସ୍ତାରୋକ ହଟିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*