ମଶର୍ଦାରେ ଅନ୍ନ ବସ୍ତ୍ର ଦାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ମଶର୍ଦା ଗ୍ରାମର ଶୈବପୀଠରେ କଖାରୁଆ ବୈଦ୍ୟନାଥ ଡ୍ରାମାଟିକ କ୍ଲବ ତରଫରୁ ୧୫୦ ଜଣ ଗରିବ, ଅସହାୟ, ଭିନ୍ନକ୍ଷମମାନଙ୍କୁ ଅନ୍ନ ବସ୍ତ୍ର ଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ମୋରଡ଼ା ବିଧାୟକ ରାଜକିଶୋର ଦାସ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରଣଜିତ କୁମାର ସାହୁ ଓ ବିଜଦ ଯୁବନେତା ଅମୂଲ୍ୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବସ୍ତ୍ର ବଣ୍ଟନ କରିଥିଲେ । ମୋରଡ଼ା ବ୍ଲକ, ବେତନଟୀ ବ୍ଲକ ଓ ପଡ଼ୋଶୀ ପଶ୍ଚିମବଙ୍ଗ ଅଞ୍ଚଳରୁ ଅସହାୟ, ଗରିବ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମମାନେ ଆସି ଏଠାରେ ଅନ୍ନ ଭୋଜନ କରି ବସ୍ତ୍ର ଗ୍ରହଣ କରିଥିଲେ । ଶେଷରେ ଲୋକନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକୁ କ୍ଲବର ସଭାପତି ଧର୍ମାଶିଷ ମହାନ୍ତ, ସମ୍ପାଦକ ସରୋଜ ମହାନ୍ତ, ଉପସଭାପତି ଭଗବାନ ମହାନ୍ତ, ସହସମ୍ପାଦକ ପ୍ରଶାନ୍ତ ମହାନ୍ତ ଏବଂ ସମସ୍ତ ସଦସ୍ୟମାନେ ପରିଚାଳନା କରି ସଫଳ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*