ମଲବିନ୍ଦର-ଶିବିନ୍ଦର : ସଫଳତାରୁ ବରବାଦ୍‌ ହେବାର କାହାଣୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସୁପି୍ରମକୋର୍ଟ ଶୁକ୍ରବାର ଦେଶର ଅଗ୍ରଣୀ ଔଷଧ କମ୍ପାନୀ ରାନ୍‌ବାକ୍ସିର ପୂର୍ବ ପ୍ରମୋଟର ଭାଇ ମଲବିନ୍ଦର ଏବଂ ଶିବିନ୍ଦର ସିଂହଙ୍କୁ ଜାପାନ କମ୍ପାନୀ ଦାଇଚି ମାମଲାରେ ଅବମାନନା ଦୋଷୀ ପାଇଛନ୍ତି । ଔଷଧ ପ୍ରସ୍ତୁତ କରୁଥିବା ଦାଇଚି ୩୫୦୦ କୋଟି ଟଙ୍କା ପଇଠ କରି ନଥିବା ଅଭିଯୋଗରେ ସିଂ ଭାଇଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । ଦାଇଚି ସୁପି୍ରମକୋର୍ଟରେ ଅନୁରୋଧ କରିଥିଲା ଯେ, ସିଂ ବନ୍ଧୁଙ୍କୁ ଟି୍ରବୁ୍ୟନାଲ୍‌ର ନିଦେ୍ର୍ଦଶ ପାଳନ କରିବାକୁ କୁହାଯାଉ । ଏହି ଦୁଇଭାଇ ଟ୍ରିବୁ୍ୟନାଲର ଆଦେଶ ପାଳନ କରି ନଥିବାରୁ ସେମାନଙ୍କୁ ନିଦେ୍ର୍ଦଶ ଅବମାନନା ଦୋଷୀ ଭାବେ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଆସନ୍ତୁ ଜାଣିବା ଦୁଇଭାଇଙ୍କ ବ୍ୟବସାୟ ଦୁନିଆର ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ ।
୧- ଭାରତ ସ୍ୱାଧୀନତା ହେବା ପୂର୍ବରୁ ରଣଜିତ୍‌ ଏବଂ ଗୁରୁବକ୍ସ ନାମକ ଦୁଇ ସମ୍ପର୍କୀୟ ଭାଇ ମିଳିମିଶି ଔଷଧ ବଣ୍ଟନର ଏକ ନୂଆ କମ୍ପାନୀ ଆରମ୍ଭ କରିଥିଲେ । ଦୁଇଭାଇଙ୍କ ନାମର ଅକ୍ଷରକୁ ନେଇ କମ୍ପାନୀର ନାମ ରଖାଯାଇଥିଲା ରାନବାକ୍ସି । ୧୯୪୭ରେ ଏହି ଦୁଇଭାଇ କମ୍ପାନୀକୁ ମୋହନ ସିଂଙ୍କୁ ବିକ୍ରି କରିଥିଲେ । ପରେ ମୋହନଙ୍କ ପୁଅ ପରବିନ୍ଦର ସିଂ କମ୍ପାନୀର ଦାୟିତ୍ୱ ସମ୍ଭାଳିଥିଲେ ଏବଂ କମ୍ପାନୀକୁ ଆଗକୁ ନେଇଥିଲେ । ୨୦୦୦ ମସିହାରେ ପରବିନ୍ଦରଙ୍କ ମୃତୁ୍ୟ ପରେ ତାଙ୍କ ଦୁଇପୁଅ ମଲବିନ୍ଦର ଓ ଶିବିନ୍ଦର କମ୍ପାନୀର ଦାୟିତ୍ୱ ସମ୍ଭାଳି ଥିଲେ ।
୨- ଦୁଇଭାଇଙ୍କ ବରବାଦ ହେବାର କାହାଣୀ ୨୦୦୮ରେ ଆରମ୍ଭ ହେଲା ଯେତେବେଳେ ସେମାନେ ରାନବାକ୍ସିରେ ଥିବା ନିଜ ଭାଗୀଦାରିକୁ ଜାପାନର ଡାଇଚି ସାଙ୍କିଓକୁ ୯୫୭୬ କୋଟି ଟଙ୍କାରେ ବିକି୍ର କରିଥିଲେ । ଏହି ଟଙ୍କା ମିଳିବା ପରେ ସେମାନେ ୨୦୦୯-୧୦ରେ ଋଣ ଏବଂ ଟିକସ ବାବଦରେ ୨୦୦୦ କୋଟି ଖର୍ଚ୍ଚ କରିଥିଲେ ଏବଂ ୧୭୦୦ କୋଟି ଟଙ୍କା ନିଜର ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ରେଲିଗିଅର୍‌ରେ ନିବେଶ କରିଥିଲେ । ଆଉ ୨୨୩୦ କୋଟି ଟଙ୍କା ନିଜ ହସ୍ପିଟାଲ୍‌ ଚେନ୍‌ ଫୋର୍ଟିସରେ ଲଗାଇ ଥିଲେ ।
୩- ଡାଇଚିରୁ ମିଳିଥିବା ଅର୍ଥରୁ ସେମାନେ ୨୦୦୯-୧୧ରେ ୨୭୦୦ କୋଟି ଟଙ୍କା ବ୍ୟାସ ସତ୍‌ସଙ୍ଗ ଚଳାଉ ଥିବା ଗୁରିନ୍ଦର ସିଂ ଢିଲୋ ଓ ତାଙ୍କ ପରିବାରର ସତ୍‌ସଙ୍ଗ ବ୍ୟାସ ଟ୍ରଷ୍ଟକୁ ଦେଇଥିଲେ । ୨୦୦୯ରୁ ୨୦୧୪ ମଧ୍ୟରେ ଢିଲୋ ପରିବାର ଏହି ଅର୍ଥ ରିଅଲ୍‌ ଇଷ୍ଟେଟ୍‌ରେ ନିବେଶ କରିଥିଲା । ହେଲେ ସେତେବେଳେ ମାନ୍ଦାବସ୍ଥା ଏବଂ ଘର ବିକ୍ରି ମୂଲ୍ୟ ହ୍ରାସ କାରଣରୁ ସେମାନଙ୍କୁ ବଡ଼ କ୍ଷତି ହୋଇଥିଲା ।
୪- ରେଲିଗିଅର ଏବଂ ଫୋର୍ଟିସ୍‌ ୨୦୧୦ରୁ ୨୦୧୪ ମଧ୍ୟରେ ନିଜର ସମ୍ପ୍ରସାରଣ କରିଥିଲା । ଏବାବଦରେ ବଡ଼ ନିବେଶ କରାଯାଇଥିଲା । ମାତ୍ର ମାନ୍ଦାବସ୍ଥା କାରଣରୁ ଏହି ସଂସ୍ଥା ଋଣ ଭାରରେ ବୁଡ଼ିବା ଆରମ୍ଭ ହୋଇଥିଲା । ୨୦୧୦ରେ ମଲବିନ୍ଦର ଏବଂ ଶିବିନ୍ଦରଙ୍କୁ ରେଲିଗିଅର ବୋର୍ଡ଼ରୁ ବିଦା କରାଯାଇଥିଲା ।
୫- ୨୦୧୨ରେ ଡାଇଚି ସିଙ୍ଗାପୁରର ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଆର୍ବିଟ୍ରେସନ୍‌ରେ ନିଜ ଆବେଦନରେ କହିଥିଲା ଯେ, ଏହି ଦୁଇଭାଇ ସେମାନଙ୍କୁ ରାନ୍‌ବାକ୍ସି ଡିଲ୍‌ରେ ଧୋକ୍କା ଦେଇଛନ୍ତି । କାରଣ ଡିଲ୍‌ର କିଛିଦିନ ପରେ ଆମେରିକାରେ ରାନ୍‌ବାକ୍ସିର ଔଷଧ ଅମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କୁହାଯାଇଥିଲା ଯେ, ଏହି ଔଷଧ ସଠିକ ଗୁଣବତ୍ତାଯୁକ୍ତ ନୁହେଁ ।
୬- ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଦୁଇଭାଇଙ୍କ ବିରୋଧରେ ନିଷ୍ପତ୍ତି ଦେବା ସହ ସେମାନଙ୍କୁ ଡାଇଚିକୁ ୫୦ କୋଟି ଡଲାର କ୍ଷତିପୂରଣ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।
୭- ଏହା ମଧ୍ୟରେ ଜୁଲାଇ ୨୦୧୬ରେ ଦୁଇଭାଇଙ୍କ ଅତି ନିକଟତର ଥିବା ରେଲିଗିଅର୍‌ର ସିଏମ୍‌ଡି ସୁନୀଲ ଗୋଧୱାନୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ସେହିସମୟରେ ଦୁଇଭାଇଙ୍କ ଉପରେ ୧୩ହଜାର କୋଟିର ଋଣ ବୋଝ ରହିଥିଲା ।
୮- ଋଣ ପଇଠ ପାଇଁ ନଭେମ୍ବର ୨୦୧୬ରେ ମଲବିନ୍ଦର ଫୋର୍ଟିସ୍‌ରୁ ୪୭୩ କୋଟି ଟଙ୍କା ଟ୍ରାନ୍ସଫର୍‌ କରିଥିଲେ । ପରେ ଏହା ଯାଞ୍ଚ ପରିଧିକୁ ଆସିଥିଲା । ଅଗଷ୍ଟ ୨୦୧୮ରେ ବକେୟା ପଇଠ କରିନପାରିବା କାରଣରୁ ଅଂଶୀଦାରମାନେ ଫୋର୍ଟିସ ତଥା ରେଲିଗିଅର୍‌ରେ ସେମାନଙ୍କର ଇକୁ୍ୟଟି ଦାବି କରିଥିଲେ । ଆଉ ଏହା ପରେ ଦୁଇ କମ୍ପାନୀରୁ ଦୁଇ ଭାଇଙ୍କ ନିୟନ୍ତ୍ରଣ ଶେଷ ହୋଇଯାଇଥିଲା ।
୯- ଅଗଷ୍ଟ ୨୦୧୮ରେ ଦୁଇଭାଇ ଗୋଧୱାନୀଙ୍କ ଉପରେ ବଡ଼ ଅଭିଯୋଗ ଆଣିଥିଲେ ଯେ, ସେ ବିନା ପରାମର୍ଶରେ ଅନେକ ନେଣଦେଣ କରି ସେମାନଙ୍କୁ ଋଣ ଜାଲରେ ଫସାଇ ଦେଇଛନ୍ତି । ପରେ ଦୁଇଭାଇ କମ୍ପାନୀରେ ଥିବା ନିଜ ଅଂଶଧନକୁ ବିକି ଋଣ ପଇଠର ଉଦ୍ୟମ କରୁଥିଲା ବେଳେ ଡାଇଚି ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ଆଣିଥିଲା । ଦିଲ୍ଲୀ ହାଇକୋର୍ଟ ଦୁଇଭାଇଙ୍କୁ ଅଦାଲତକୁ ଭୁଲ ସୂଚନା ଦେବା ଅଭିଯୋଗରେ ସେମାନଙ୍କ ସମସ୍ତ ବ୍ୟାଙ୍କ ଖାତାକୁ ସିଲ୍‌ କରିବାର ନିଦେ୍ର୍ଦଶ ଦେଇଥିଲେ ।
୧୦- ଶିବିନ୍ଦର ନିଜ ବଡ଼ଭାଇ ମଲବିନ୍ଦର ଏବଂ ଗୋଧୱାନୀଙ୍କ ଉପରେ ସେପ୍ଟେମ୍ବର ୨୦୧୮ରେ ଉତ୍ପୀଡ଼ନ, କୁପ୍ରବନ୍ଧନ, ଠକେଇ ଆଦିର ଅଭିଯୋଗ ଆଣି କହିଥିଲେ ଯେ, ମୁଁ ମୋ ବଡ଼ଭାଇଙ୍କ ଠାରୁ ଅଲଗା ରହୁଛି । ଆର୍ଥିକ ଘୋଟଲା ମାମଲାରେ ଅକ୍ଟୋବର ୧୦ ତାରିଖରେ ଦୁଇଭାଇଙ୍କୁ ପୁଲିସ ଗିରଫ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*