‘ମର୍‌ଜାୱା’ ଟିମ୍‌କୁ ସାହାଯ୍ୟ କରିଥିଲେ ଶାହ୍‌ରୁଖ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହ୍‌ରୁଖଙ୍କୁ ନେଇ ଏକ ରୋଚକ ଖବର ଶୁଣିବାକୁ ମିଳିଛି । ଫିଲ୍ମ ‘ମର୍‌ଜାୱା’ର ମେକର୍ସଙ୍କୁ କିଙ୍ଗ୍‌ ଖାନ୍‌ ଆବଶ୍ୟକ ବେଳେ ସାହାଯ୍ୟ କରିଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ସୂଚନା ଥାଉ ଯେ, ରିତେଶ୍‌ ଦେଶମୁଖ ଏବଂ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ଫିଲ୍ମ ‘ମର୍‌ଜାୱା’ ଆଜି ମୁକ୍ତିଲାଭ କରିଛି । ଏଥିରେ ରିତେଶ ପଥମ ଥର ଲାଗି ବାମନ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଶାହ୍‌ରୁଖଙ୍କ ଠାରୁ ବିଏଫ୍‌ଏକ୍ସ ସଟ୍ସ ମାମଲାରେ ସାହାଯ୍ୟ ମିଳିଥିବା ପ୍ରକାଶ କରିଛନ୍ତି ରିତେଶ । କାରଣ ଏହାପୂର୍ବରୁ ଶାହ୍‌ରୁଖ ଖାନ୍‌ ନିଜର ଫିଲ୍ମ ‘ଜିରୋ’ରେ ଜଣେ ବାମନ ଯୁବକର ରୋଲ ନିଭାଇସାରିଛନ୍ତି । ରିତେଶ କହିଛନ୍ତି ଯେ, ଯେତେବେଳେ ଶାହ୍‌ରୁଖ ‘ଜିରୋ’ ଫିଲ୍ମର ସୁଟିଂ କରୁଥିଲେ ଠିକ୍‌ ସେହି ସମୟରେ ରିତେଶ ମଧ୍ୟ ଫିଲ୍ମ ‘ମର୍‌ଜାୱା’ ପାଇଁ ସୁଟିଂ କରୁଥିଲେ । ଏହି ସମୟରେ ପ୍ରଡକ୍‌ସନ ବଜେଟ କମ୍‌ ଥିବା ଯୋଗୁଁ ଏବଂ ବିଏଫ୍‌ଏକ୍ସ ଉପକରଣର ଅଭାବ ଯୋଗୁଁ ଶାହରୁଖ୍‌ ‘ମର୍‌ଜାୱା’ ଫିଲ୍ମ ନିଦେ୍ର୍ଦଶକ ମିଲାପଙ୍କୁ ସହାୟତା କରିଥିଲେ । ମିଲାପ ଝାବେରୀଙ୍କ ଫିଲ୍ମ ‘ମରଜାୱା’ରେ ରକୁଲପ୍ରୀତ୍‌ ସିଂ, ତାରା ସୁତାରିଆ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏଥିରେ ରିତେଶ ନେଗେଟିଭ୍‌ ଭୂମିକାରେ ଦେଖାଦେବେ । ଫିଲ୍ମଟିରେ ରିତେଶ ବିଷ୍ଣୁ ନାମକ ଜଣେ ୩ ଫୁଟ୍‌ ଯୁବକଙ୍କ ଭୂମିକା ନିଭାଉଛନ୍ତି । ଫିଲ୍ମର ସୁଟିଂ ପାଇଁ ରିତେଶ୍‌ଙ୍କୁ ବଡ଼ କଷ୍ଟ କରିବାକୁ ପଡ଼ିଛି ।
ଅପରପକ୍ଷେ ଶୁଣିବାକୁ ମିଳିଛି ଯେ, ଶାହ୍‌ରୁଖ ଅୟାନ୍‌ ମୁଖାର୍ଜୀଙ୍କ ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ସ୍ପେଶିଆଲ ଆପିୟରାନ୍ସରେ ଦେଖାଦେବେ । ଯେଉଁଥିପାଇଁ ଶାହ୍‌ରୁଖ ସୁଟିଂର ଆରମ୍ଭ ମଧ୍ୟ କରିଦେଇଛନ୍ତି । ଏଥିରେ ଶାହ୍‌ରୁଖଙ୍କ ବ୍ୟତୀତ ବିଗ୍‌ ବି ଏବଂ ସାଉଥ୍‌ ସୁପର୍‌ଷ୍ଟାର ଅକ୍କିନେନୀ ନାଗାର୍ଜୁନ ମଧ୍ୟ ଏହି ଫିଲ୍ମରେ ନଜର ଆସୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*