ମମତାଙ୍କ ପ୍ରଶଂସାରେ ସମସ୍ତେ ନିଜ ସାଧନରେ ବଦଳାଉଛନ୍ତି ସରକାରୀ ସ୍କୁଲର ରୂପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ :

ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରେ ଜଣେ ଶିକ୍ଷୟତ୍ରୀ ସରକାରୀ ସ୍କୁଲରେ ନିଜ ଅର୍ଥ ନିବେଶ କରି ଏହାକୁ କନଭେଣ୍ଟ ସ୍କୁଲ ସ୍ତରକୁ ନେଇ ଠିଆ କରିଛନ୍ତି । ତାଙ୍କର ଏହି ଉପଲବ୍ଧିର ପ୍ରଶଂସା କରୁଛନ୍ତି ସମସ୍ତେ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ମମତାଙ୍କ କଥା ଉଠାଇସାରିଛନ୍ତି । ଏହି ଶିକ୍ଷୟତ୍ରୀ ଜଣଙ୍କ ଖାଲି ଯେ, ସ୍କୁଲର ପିଲାଙ୍କୁ ନିଜ ଦରମା ଅର୍ଥରେ ଅଧିକ ଶିକ୍ଷା ଦେଉଛନ୍ତି ତାହା ନୁହେଁ ବରଂ ମୋବାଇଲ ଦ୍ୱାରା ଅନ୍‌ଲାଇନ୍‌ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରୁଛନ୍ତି ।
ଚାକା ବ୍ଲକର ମଡେଲ ଟାଇମିଂ ସ୍କୁଲ ତେନ୍ଦୁଆବନରେ ସହାୟକ ଅଧ୍ୟାପକ ଥିବା ମମତା ମିଶ୍ରା ୟୁଟୁ୍ୟବ୍‌ରେ ନିଜର ଏକ ଚ୍ୟାନେଲ ଚଳାଉଛନ୍ତି । ପିଲାଙ୍କୁ ପାଠ ପଢାଇବାର ୪୮୭ଟି ଭିଡ଼ିଓ ସେ ଅପ୍‌ଲୋଡ କରିଛନ୍ତି । ମମତା କହିଛନ୍ତି ଯେ, ୨୦୧୫ରେ ମୁଁ ନିଯୁକ୍ତି ପାଇଥିଲି । ହେଲେ ପିଲାଙ୍କୁ କନଭେଣ୍ଟ ସ୍କୁଲ୍‌ରେ ପଢୁଥିବା ପିଲାଙ୍କ ଭଳି ଡିଜିଟାଲ ମାଧ୍ୟମରେ ପାଠ ପଢାଇବା ପାଇଁ ଉଦ୍ୟମ କରିଥିଲି । ସରକାରୀ ସ୍କୁଲରେ ସଂଶାଧନର ଅଭାବକୁ ଦୃଷ୍ଟିରେ ରଖି ମୁଁ ମୋ ଦରମାରୁ ଅନେକ ଅର୍ଥ ଭରଣା କରୁଥିଲି । ପିଲାଙ୍କ ପାଇଁ ଡେକ୍ସ ବେଞ୍ଚ ଠାରୁ ଆରମ୍ଭ କରି ଅନ୍ୟ ସୁବିଧା ଦେଉଛି । ଏପରିକି କିଛି ପିଲାଙ୍କର ସ୍କୁଲ ଫିସ୍‌ ମଧ୍ୟ ମୁଁ ମୋ ଦରମାରୁ ପୈଠ କରୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*