ମନ୍ଦିରରେ ଭାଗବଦ ପାରାୟଣ ଉଦ୍ୟାପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ମକୁନ୍ଦପୁର ସ୍ଥିତ ମା’ ସୁବର୍ଣ୍ଣ ବାରାହୀ ମନ୍ଦିର ପ୍ରାଙ୍ଗଣଠାରେ ଚାଲିଥିବା ଦ୍ୱାଦଶ ବାର୍ଷିକି ଶ୍ରୀମଦ ଭାଗବଦ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଭାଗବଦ ପାରାୟଣର ଏହି ଉଦଯାପନୀ ଉତ୍ସବରେ ଅତିଥି ଭାବେ ମନ୍ଦିର କମିଟିର ସଭାପତି ବିଷ୍ଣୁ ଦାସ ଓ ତୀର୍ଥ ମଠ ମହନ୍ତ ଜଗନ୍ନାଥ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ଶ୍ରୀମଦ ଜଗତଗୁରୁ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ ଯୋଗ ଦେଇ ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ପ୍ରାନ୍ତରୁ ସାଧୁ ସନ୍ଥ ଯୋଗ ଦେବା ସହିତ ଧାରାବାହିକ ପ୍ରବକ୍ତା ଭାବରେ ପୂଜ୍ୟ ବାବା ଭଗବାନ ଦାସ ମହାରାଜ ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ସନ୍ଥ ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ପରମହଂସ ପ୍ରଜ୍ଞାନନ୍ଦଜୀ ମହାରାଜ, ମହନ୍ତ ରାମକୃଷ୍ଣ ଦାସ ମହାରାଜ, ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି ମହାରାଜ ପ୍ରମୁଖ ଯୋଗ ଦେଇ ଆଶ୍ରିବଚନ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*