ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ନିଶ୍ଚିନ୍ତକୋଇଲି

ନିଶ୍ଚିନ୍ତକୋଇଲି ବ୍ଲକ୍ ତହସିଲ ଛକ ନିକଟସ୍ଥ ବିଜଦ କାର୍ଯ୍ୟାଳୟ ପରିସରରେ ମାହାଙ୍ଗା-ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳ ତରଫରୁ ନିର୍ବାଚନମନ୍ଦଳସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦାନ କରି ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଦଳର ଭିତ୍ତିଭୂମୀକୁ ସୁଦୃଢ କରି ଦଳକୁ ଏକ ମଜବୁତ ସ୍ତରକୁ ନେବା ନିମନ୍ତେ ଉପସ୍ଥିତ କର୍ମୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ ହେଲେ ଆଗାମୀ ଦିନରେ ହେବାକୁ ଯାଉଥିବା ସମସ୍ତ ପ୍ରକାର ନିର୍ବାଚନରେ ବିଜୁ ଜନତା ଦଳ ଅନାୟାସରେ ବିଜୟ ଲାଭ କରିପାରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ନବୀନ ସରକାରଙ୍କ ଦ୍ୱାରା ଅନୁମୋଦିତ ସମସ୍ତ ପ୍ରକାର କଲ୍ୟାଣକାରୀ ଯୋଜନାରେ ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିଛନ୍ତି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳର ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟିକା ଉଷାଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସଭ୍ୟ ସଂଗ୍ରହ ନିଦେ୍ର୍ଦଶକୁ କିପରି ସଫଳତାର ସହ ପୂରଣ କରିପାରିବେ ସେ ସଂକ୍ରାନ୍ତରେ କହିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ବାଙ୍କୀର ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ, ମନ୍ଦଳ ଅଧ୍ୟକ୍ଷା ସବିତା ଓଝା, ମାହାଙ୍ଗା ଉପାଧ୍ୟକ୍ଷା ରସିଦା ବେଗମ୍ ପ୍ରମୁଖ ଯୋଗଦାନ କରି ଦଳୀୟ ସଭ୍ୟ ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*