ମନ୍ତ୍ରୀ ହେବା ପରେ ଲୋକଙ୍କଠୁ ଦୂରେଇ ଯାଉଛନ୍ତି କ୍ୟାପଟେନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଧର୍ମଗଡ଼

କଳାହାନ୍ଦି ଜିଲ୍ଲା ଜୁନାଗଡ ନିର୍ବାଚନମନ୍ଦଳୀରୁ ବିଧାୟକରୁ ମନ୍ତ୍ରୀ ହେବା ପରେ ଲୋକଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତା ଲୋଭ ପାଇଁ ଶ୍ରୀ ମିଶ୍ର ସମସ୍ତ ଜାଗାରେ ଉପସ୍ଥିତ ରହୁଥିଲେ ହେଁ ବର୍ତ୍ତମାନ ତାହା ଓଲଟା ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ସମସ୍ୟା ତ ବୁଝିବା ଦୂରର କଥା ଦଳୀୟ କର୍ମୀକୁ ମଧ୍ୟ ଏବେ ଅଣଦେଖା କରିବା ସହ ଠିକାଦାର ପ୍ରୀତି ଆରମ୍ଭ କରିଛନ୍ତି । ୨୦୧୪ରେ ବିଧାୟକ ହେବା ପରେ ଲୋକଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିପୁଳ ଭୋଟ ପାଇ ବିଜୟ ଲାଭ କରିଥିଲେ । କ୍ୟାପଟେନଙ୍କ ପ୍ରତି ଲୋକ ସମର୍ଥନକୁ ଦେଖି ମୁଖ୍ୟମନ୍ତ୍ରୀ ତାକୁ ମନ୍ତ୍ରୀ ପଦ ଦେଲେ । ଖାଲି ମନ୍ତ୍ରୀ ପଦ ନୁହେଁ ଶକ୍ତି, ଶିଳ୍ପ ସାଙ୍ଗକୁ ଗୃହ ବିଭାଗ ଭଳି ମୁଖ୍ୟ ଦାୟିତ୍ୱ ବି ଦେଲେ । ହେଲେ ଏବେ ମନ୍ତ୍ରୀ ହେବା ପରେ ସାଧାରଣ ଭୋଟର ଓ ଦଳୀୟ କର୍ମୀ ତାଙ୍କୁ ଦେଖିବା କାଠିକର ପାଠ ହୋଇପଡ଼ିଛି । ଆଗକୁ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସାଙ୍ଗକୁ ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ । ବିଧାୟକ ଶ୍ରୀ ମିଶ୍ରଙ୍କ ନିର୍ବାଚନମନ୍ଦଳୀରେ ଜୁନାଗଡ ଭଳି ଗୁରୁତ୍ୱପୂର୍ଣ୍ଣ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । କଳାହାନ୍ଦି ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମନ୍ଦଳୀ ବିଜଦ ହାତରେ ଥିବା ବେଳେ ରହିଛି ଧର୍ମଗଡ଼, ଜୁନାଗଡ଼, କେସିଙ୍ଗା, ଭବାନୀପାଟଣା ଭଳି ପୌରାଞ୍ଚଳ । ମନ୍ତ୍ରୀ ପଦ ପାଇବା ପରେ ସାଧାରଣ ଲୋକଙ୍କୁ ଅଣଦେଖା କରିବା ତାଙ୍କୁ ଆଗାମୀ ଦିନରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ ବୋଲି ମତପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*