ମନ୍ତ୍ରୀ ହାତ ଟେକିଲେ ବୋଲି : ପିଆଜ ୧୨୦

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମାତ୍ର ତିନିଦିନ ତଳେ ପିଆଜ ଦର ଥିଲା ୮୦ । ଏହାର ସପ୍ତାହେ ପୂର୍ବରୁ ଛୁଇଁଥିଲା ୧୦୦ । ବିଧାନସଭା ଚାଲୁଥିବା କାରଣରୁ ପ୍ରବଳ ହଟଗୋଳ ହେଲା । ଦରଦାମ ନିୟନ୍ତ୍ରଣକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରୀ ସ୍ତରରେ ସୁଲଭ ମୂଲ୍ୟରେ ପିଆଜ ବିକି୍ରର ବ୍ୟବସ୍ଥା କରାଯାଉଛି ବୋଲି କହିବା ପରେପରେ ଦର ୮୦କୁ ଖସିଆସିଥିଲା । କିନ୍ତୁ ବୁଧବାର ଦିନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପିଆଜ ୧୨୦ ଟଙ୍କାରେ ପହଞ୍ଚôଛି ।
ହଠାତ ୪୦ ଟଙ୍କା ବୃଦ୍ଧିର କାରଣ କ’ଣ? ବିଭିନ୍ନ ହାଟରେ ପିଆଜ ବିକୁଥିବା ବେପାରୀ ଏଥିପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି । ବିଶେଷତଃ ମନ୍ତ୍ରୀଙ୍କ ଗୋଟିଏ କଥା ପିଆଜ ଦେହରେ ବି ନିଅାଁ ଲଗାଇ ଦେଲା ବୋଲି କହିଛନ୍ତି ସେମାନେ ।
ମନ୍ତ୍ରୀ ମାତ୍ର ୨ଦିନ ତଳେ କହିଥିଲେ ଯେ, ନୂଆ ପିଆଜ ନଆସିବା ପର୍ଯ୍ୟନ୍ତ ଦର କମିବନି । ଏଥିପାଇଁ ଆହୁରି ମାସେ ଅପେକ୍ଷା କରିବାକୁ ପଡ଼ିବ ।ଏହା ଅସାଧୁ ବେପାରୀଙ୍କ ପାଇଁ କଚେ ପୁଅ ବାର ହୋଇଥିଲା । ଯେହେତୁ ବଜାର ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ, ସରକାର ବଜାର ତନଖି କରୁ ନାହାନ୍ତି ଏବଂ ସବୁ ଦୋଷ ନାସିକ୍‌ ଉପରେ ଛାଡ଼ି ଦେଇଛନ୍ତି, ସେଥିଲାଗି ଅସାଧୁ ବେପାରୀମାନେ ଏହାର ଫାଇଦା ନେବାକୁ ବାହାରି ଆସିଛନ୍ତି । ଆନ୍ଧ୍ରରୁ ପିଆଜ ଆସୁଛି । ଯଦିଓ ଚାହିଦା ତୁଳନାରେ ପିଆଜ ଟ୍ରକ୍‌ ସଂଖ୍ୟା କମ୍‌, ତେବେ କେଜି ପ୍ରତି ୪୦ ଟଙ୍କା ବଢ଼ିବାର କୌଣସି କାରଣ ନାହିଁ ବୋଲି ସ୍ୱୀକାର କରିଛନ୍ତି ଖୁଚୁରା ବେପାରୀମାନେ । ସେମାନଙ୍କ କହିବା କଥା, କୁବେରପୁରୀରୁ ପିଆଜ କିଣା ୧୦୦ ଟଙ୍କା ପଡ଼ି ଯାଉଥିବାରୁ ୧୨୦ ଟଙ୍କାରେ ବିକିବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି ।
ପ୍ରତ୍ୟେକ ଦୋକାନୀଙ୍କ ପାଖରେ ପିଆଜ ଅଳ୍ପ ପରିମାଣରେ ରହୁଛି । ଗ୍ରାହକ ବି ୨୫୦ ପିଆଜ କିଣୁଛନ୍ତି । ସରକାର ହାତ ଟେକିଦେବା କାରଣରୁ ଏଭଳି ଭୟଙ୍କର ଅବସ୍ଥା ଉପୁଜିଛି ବୋଲି ସାଧାରଣ ଲୋକଙ୍କ ମଧ୍ୟ ହୃଦ୍‌ବୋଧ ହେଉଛି ।
ତେଣେ କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିଦେଶୀ ପିଆଜ ଆସିବା ଭିତରେ ସାଧାରଣ ଖାଉଟୀଙ୍କୁ ଯେତେ ଲୁଟାଯାଇପାରେ, ସେଥିରେ ମାତିଯାଇଛନ୍ତି ଓଡ଼ିଶାର ଅସାଧୁ ପିଆଜ ବେପାରୀମାନେ । ସରକାର ଯେତେବେଳେ ଚୁପ୍‌, ଖାଉଟୀଙ୍କୁ ସୁରକ୍ଷା ଦେବ କିଏ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*