ମନ୍ତ୍ରୀଙ୍କ ଭିଡିଓ ପଛରେ କିଏ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପ୍ରମିଳା ନାନୀ ବାହାରିଥିଲେ କନ୍ଦା ନନାଙ୍କୁ କ୍ଳିନ୍‌ ଚିଟ୍‌ ଦବା ପାଇଁ । କହିଲେ ମନ୍ତ୍ରୀ ପାଣିଗିରିଙ୍କ ସହ ଯଉଁ ଦି’ଜଣ ମହିଳା ସରକାରୀ ଅତିଥି ଭାବେ ହାଇଦ୍ରାବାଦ ଯାଇଥିଲେ, ସେମାନେ ହେଲେ ତାଙ୍କ ବନ୍ଧୁ ବାନ୍ଧବ । ହେଲେ ମନ୍ତ୍ରୀ ଜ୍ୟୋତି ବାବୁ ଏ ବାବଦରେ ଉଁ କି ଚୁଁ ହଉନାହାଁନ୍ତି । ମୋ ରିଲେସନ୍‌ କହିଲେ ଘରେ ଯଉଁ ରିଆକ୍ସନ୍‌ ହବ, ତାକୁ ସମ୍ଭାଳିବା ମୁସ୍‌କିଲ୍‌ ହେଇପଡିବ । ନାଁ କହିଲେ ବି ମରିବେ । କେହି ନୁହେଁ ତ, ଅୟସ କରିବାକୁ ଏକାବେଳେକେ ମା’ ଝିଅଙ୍କୁ ନେଇଥିଲ କିଆଁ? ଏ ପ୍ରଶ୍ନର ଉତ୍ତର ଦବା ବି କଷ୍ଟ । ତେଣୁ ଚୁପ୍‌ ହେଇଗଲେ ଝଡ଼ ତା’ ବାଟରେ ଚାଲିଯିବ । ପୁଣି କଉଁ ସରକାରୀ ଫଙ୍କସନ୍‌କୁ ଲୁଚା ଚୋରାରେ ବାନ୍ଧବୀଙ୍କୁ ନିଆଯାଇପାରିବ । ଆଉ ସେଥିଲାଗି ଏଥରର ଭୁଲ୍‌ ପରିକା ବ୍ୟକ୍ତିଗତ ସଚିବଙ୍କୁ ଚିଠି ପିଠି ଲେଖିବାକୁ ପଡିବ ନାହିଁ ।
ମନ୍ତ୍ରୀ କନ୍ଦାଙ୍କୁ ଭାରି ଅଡୁଆ କରିଦେଇଚି ଯାତ୍ରାକାଳୀନ ଭିଡିଓ । ଏୟାରପୋର୍ଟରୁ ପହଞ୍ଚିବା ପରଠାରୁ ହାଇଦ୍ରାବାଦରେ ପହଞ୍ଚିବା ପର୍ଯ୍ୟନ୍ତ ଯଉଁ ଢଙ୍ଗରେ ଭିଡିଓ ଉଠାଯାଇଚି, ତାହାକୁ ମନା କରିପାରୁନାହାଁନ୍ତି ଜ୍ୟୋତି । ଏହି ଭିଡିଓଟି ୟା ଭିତରେ ଏତେ ବୁଲିଗଲାଣି ଯେ, ସିମୁଳିଆ-ଖଇରା ସାରା ଯାହା ମୁହଁରେ ଦେଖ ଗାଈ-ବାଛୁରୀ ଚର୍ଚ୍ଚା । ଖବର ମିଳୁଚି ଯେ ଜ୍ୟୋତିଙ୍କ ବାନ୍ଧବୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜକୁ ତୁଳସୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବେ ।
କିନ୍ତୁ ମନ୍ତ୍ରୀ ଏବେ ଖୋଜୁଚନ୍ତି ଭିଡିଓ ଉଠାଇଲା କିଏ? ଆଉ କିଛି ସାଂଘାତିକ ଭିଡିଓ ଅଛି କି ଲୋକଟା ପାଖରେ? ଯଦି ବାନ୍ଧବୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହି ଭିଡିଓଟି ବୁଲେ,ତେବେ ମୁଖିଆ ଗଳାଧକ୍କା ଦେଇ ବିଦା କରିଦେବେ । ତେଣୁ ଭାରି ଆଶଙ୍କାରେ ଅଛନ୍ତି କନ୍ଦା ପାଣିଗିରି । କିଏ କହୁଚି ଯେ ତାଙ୍କରି ବିଭାଗର କେହି ଉଠେଇଚି ଭିଡ଼ିଓ । ପୁଣି ଆଉ କିଏ କହିଲାଣି ଯେ, ଶଙ୍ଖ ଦଳର ଜଣେ କର୍ମୀ ହିଁ ଉଠେଇଚନ୍ତି ଏହି ଭିଡିଓ । ହୋଟେଲ ବୁକିଂ ଏଜେନ୍ସୀ ମା’ଝିଅଙ୍କର ସର୍ଟ ଫର୍ମ ନାଁ କୁ ନେଇ ଆପତ୍ତି ଉଠେଇଥିଲେ ।
ଯଦି ଦ୍ୱିତୀୟ ଭିଡିଓ ଥାଏ ତେବେ ମଲାରେ ପୁଅ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*