ମନ୍ତ୍ରୀଙ୍କ ପଦଯାତ୍ରାରେ ରହିଲେନି କର୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ନୟାହାଟ

ମଙ୍ଗଳବାର ଦିନ ବିଜଦର ପଦଯାତ୍ରା ନୟାହାଟ ଅଞ୍ଚଳରେ ଆୟୋଜିତ ହୋଇଯାଇଛି । କାକଟପୁର ବିଧାୟକ ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ନୟାହାଟ ଅଞ୍ଚଳର ଧୂମାଳ, ଦେସ୍ଥଳୀ, ଜଙ୍ଗଲବୋରୀ ଓ ଇଷାଣପୁର ପଞ୍ଚାୟତରେ ପଦଯାତ୍ରା ଆୟୋଜିତ ହୋଇଥିଲା । ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ, ୧୪ ନଂ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, ଦେସ୍ଥଳୀ ସରପଞ୍ଚ ମୋହନ ନାୟକ, ଇଷାଣପୁର ସରପଞ୍ଚ ସୁଲଚନା ସେଠୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ହେଲେ ସ୍ଥାନୀୟ ବ୍ଲକର ଅଧ୍ୟକ୍ଷ ଓ ବହୁ ବିଜଦ କର୍ମୀ ଏଥିରେ ଯୋଗ ଦେଇନଥିଲେ । ପ୍ରାୟ ୫୦ରୁ ୧୦୦ ଜଣ କର୍ମୀ ପଦଯାତ୍ରାରେ ଯୋଗ ଦେଇଥିଲେ । ଧୂମାଳ ପଞ୍ଚାୟତର ବରିଷ୍ଠ ବିଜଦ କର୍ମୀ ତଥା ପୂର୍ବତନ ସମିତି ସଭ୍ୟ ଦିବାକର ମହାନ୍ତି କହିଥିଲେ ଯେ ପଦଯାତ୍ରା ସମ୍ପର୍କରେ ଆମେ କିଛି ଜାଣି ନାହୁଁ । ପୂର୍ବତନ ବିଧାୟକଙ୍କ ସମୟରେ ଖବର ପାଇ ଯାଉଥିଲୁ କିନ୍ତୁ ଏବେ ଆମେ ଖବର ପାଇପାରୁ ନାହୁଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*