ମନୀଷ ଛାଡିବେ, ଏକୁଟିଆ ରହିବେ କେଜ୍ରି: ମନୋଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆପ୍‌ ଭିତରେ ଦଳୀୟ କନ୍ଦଳ ଜୋର ଧରିଛି, ଏହି କାରଣରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଯେକୌଣସି ସମୟରେ ଦଳ ଛାଡିପାରନ୍ତି । ଏହି ଆଶା ବ୍ୟକ୍ତ କରିଛନ୍ତି ଦିଲ୍ଲୀ ୟୁନିଟ୍‌ର ଭାଜପା ମୁଖିଆ ମନୋଜ ତିୱାରୀ ।
ଦିଲ୍ଲୀ ଭାଜପା ୟୁନିଟ୍‌ରେ ବିବାଦ ଥିବା ପ୍ରସଙ୍ଗର ଉତ୍ତରରେ ସେ ଏହା ଭୁଲ୍‌ ବୋଲି କହିବା ସହ ଆପ୍‌କୁ ନେଇ ଦେଇଛନ୍ତି ମତ । ମନୋଜ କହିଛନ୍ତି ଜଣଙ୍କ ପରେ ଜଣେ ନେତା ଆପ୍‌ ଛାଡୁଛନ୍ତି । ଏହି ଧାରାରେ ଏବେ ମନୀଷ ସାମିଲ ହେବାକୁ ଯାଉଛନ୍ତି । ଆଉ କିଛି ଦିନ ପରେ ଆପଣ ଦେଖିବେ ଆପ୍‌ରେ କେବଳ ଜଣେ ହିଁ ନେତା ରହିବେ, ଆଉ ସେ ହେଉଛନ୍ତି ଅରବିନ୍ଦ କେଜି୍ରୱାଲ । ୨୦୨୦ ଫେବୃଆରୀରେ ଦିଲ୍ଲୀ ସରକାରର ସମୟ ପୂରଣ ହେବ । ତେଣୁ ଭାଜପା ଏବେ ଠାରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ତେବେ ମନୋଜ ଦିଲ୍ଲୀ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି । ଆମ ପାଇଁ ଦିଲ୍ଲୀର ବିକାଶ ବର୍ତ୍ତମାନ ପ୍ରାଥମିକତା । ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ପୂରଣରେ ଦିଲ୍ଲୀ ୟୁନିଟ୍‌ ତା କାର୍ଯ୍ୟ କରିଚାଲିଛି । ଆମେ ବିରୋଧୀ ଦଳରେ ଥିଲେ ମଧ୍ୟ ଦିଲ୍ଲୀର ବିକାଶକୁ ଗୁରୁତ୍ୱ ଦେଇଆସିଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*