ମନି ଲଣ୍ଡ୍ରି ମାମଲାରେ ଚିଦାମ୍ବରମଙ୍କୁ ମିଳିଲାନି ଜାମିନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆଇଏନଏକ୍ସ ମିଡିଆର ମନି ଲନ୍ଦି୍ରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ୍‌ ଆବେଦନ ଖାରଜ କରିଦେଇଛନ୍ତି । ଶୁକ୍ରବାର ଏହି ମାମଲାର ବିଚାର କରି ଜଷ୍ଟିସ୍‌ ସୁରେଶ କୈତ କହିଥିଲେ ଯେ, ଏଥିରେ କୌଣସି ସନେ୍ଦହ ନାହିଁ ଯେ, ଜାମିନ୍‌ ପାଇବା ତାଙ୍କର ଅଧିକାର । କିନ୍ତୁ ଏପରି ସ୍ଥିତିରେ ଯଦି ଚିଦାମ୍ବରମଙ୍କୁ ଜାମିନ୍‌ ପ୍ରଦାନ କରାଯାଏ, ତେବେ ଏହା ବହୁ ସଂଖ୍ୟକ ଲୋକଙ୍କ ହିତରେ ହେବ ନାହିଁ । କାରଣ ତାଙ୍କ ଉପରେ ବହୁ ଗମ୍ଭୀର ଆରୋପ ଲାଗିଛି । ପ୍ରକାଶ ଥାଉ କି, ଚିଦାମ୍ବରମଙ୍କ ଉପରେ ଆଇଏନଏମ୍ସ ମିଡିଆ ଘୋଟାଲାରେ ପ୍ରମୁଖ ଭୁମିକା ନିର୍ବାହ କରିଥିବାର ଆରୋପ ରହିଛି । ସିବିଆଇ ଏବଂ ଇଡି ଭିନ୍ନ ଭିନ୍ନଭାବେ ଏହି ମାମଲାର ଯାଞ୍ଚ କରୁଛନ୍ତି । ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ସିବିଆଇ ମାମଲାରେ ଜାମିନ୍‌ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*