ମନି ଲଣ୍ଡ୍ରିଂ ମାମଲା|ଇଡି କାର୍ଯ୍ୟାନୁଷ୍ଠାନ ନେଇ ରାକପାର ପ୍ରଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ଷ୍ଟେଟ୍‌ କୋଅପରେଟିଭ ବ୍ୟାଙ୍କ ସମ୍ପର୍କିତ ମନି ଲନ୍ଦି୍ରଂ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ପକ୍ଷରୁ ରାକପା ଅଧ୍ୟକ୍ଷ ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ୍‌ ପାୱାରଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଉ ଏହାକୁ ନେଇ ବୁଧବାର ରାକପା କାର୍ଯ୍ୟକର୍ତ୍ତାମାନେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହି ମାମଲାରେ ଇଡି ପକ୍ଷରୁ ଯାଞ୍ଚ ପାଇଁ ନୋଟିସ୍‌ ଜାରି ହେବା ପରେ ଶରଦ ପାୱାର କହିଥିଲେ ଯେ, ଯଦି ମୋତେ ଜେଲ୍‌ ଯିବାକୁ ପଡେ , ତେବେ ମୁଁ ଏହାକୁ ନେଇ ବ୍ୟସ୍ତ ହେବିନାହିଁ । ମୁଁ ଖୁସି ହେବି କାରଣ ଜେଲ୍‌ ଯିବାର ଅନୁଭବ ମୋର ଆଦୌ ନାହିଁ । ଯଦି କେହି ମୋତେ ଜେଲ ପଠାଇବାର ଯୋଜନା କରୁଛି ତେବେ ମୁଁ ତାକୁ ସ୍ୱାଗତ କରିବି । ଇଡି ଏହି ମାମଲାରେ ଶରଦଙ୍କ ସମେତ ଅଜିତ୍‌ ପାୱାର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିସାରିଛି । ଏହି ମନି ଲନ୍ଦି୍ରଂ ମାମଲା ୨୫ହଜାର କୋଟି ଟଙ୍କାର । ମାମଲା ମୁମ୍ବାଇ ପୁଲିସର ଏଫଆଇଆର ଆଧାରରେ ଦାୟର କରାଯାଇଛି । ଏଥିରେ ବ୍ୟାଙ୍କର ପୂର୍ବ ଅଧ୍ୟକ୍ଷ, ମହାରାଷ୍ଟ୍ରର ପୂର୍ବ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କ ସମେତ ୭୦ ପୂର୍ବ ଅଧିକାରୀଙ୍କ ନାମ ରହିଛି । ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଗୁଲ୍‌ ବାଜିସାରିଥିଲା ବେଳେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ନେଇ ରାଜନୈତିକ ଆରୋପ ପ୍ରତିଆରୋପ ଆରମ୍ଭ ହୋଇଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*