ମନମୋହନ ବତାଇଲେ ମାନ୍ଦାବସ୍ଥାର ମୁଖ୍ୟ କାରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଶର ଅର୍ଥ ବ୍ୟବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଅଭିବୃଦ୍ଧି ହାର ଗତ ୧୫ବର୍ଷ ମଧ୍ୟରେ ସବୁଠୁ କମ୍‌ ସ୍ତରରେ ରହିଥିଲାବେଳେ ବେରୋଜଗାରୀ ହାର ୪୫ବର୍ଷରେ ସବୁଠୁ ଅଧିକ ଏବଂ ଘରୋଇ ଚାହିଦା ୧୦ବର୍ଷରେ ସବୁଠୁ ଅଧିକ ସ୍ତରରେ ରହିଛି । ମୋଟାମୋଟି ଅର୍ଥ ବ୍ୟବସ୍ଥାର ସ୍ୱାସ୍ଥ୍ୟ ଏବେ ଅତ୍ୟନ୍ତ ଜଟିଳ । ମୁଁ ଏ ବିଷୟ ବିରୋଧୀ ଦଳର ଜଣେ ନେତା ଭାବେ କହୁନାହିଁ, ଜଣେ ଅର୍ଥନୀତିଜ୍ଞ ଭାବେ କହୁଛି ।
ଏକ ଖବରକାଗଜରେ ନିଜ ଲେଖା ମାଧ୍ୟମରେ ଶ୍ରୀ ସିଂହ କହିଛନ୍ତି ଯେ, ଦେଶର ସମସ୍ତ ସଂସ୍ଥା ଏବଂ ସାଧାରଣଲୋକଙ୍କର ସରକାର ପ୍ରତି ବିଶ୍ୱାସ କମ୍‌ ହୋଇଛି । ଆର୍ଥିକ ମାନ୍ଦାବସ୍ଥା ପାଇଁ ଏହା ହେଉଛି ପ୍ରମୁଖ କାରଣ । ଦେଶର ଅର୍ଥ ବ୍ୟବସ୍ଥା ଦେଶର ସାମାଜିକ ସ୍ଥିତିକୁ ଦର୍ଶାଇଥାଏ । ଅର୍ଥ ବ୍ୟବସ୍ଥା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଦେଶର ଲୋକଙ୍କର ଭରସା ସରକାରୀ ସଂସ୍ଥା ଉପରେ ରହିବା ଦରକାର । ଏହି ବିଶ୍ୱାସ ଯେତିକି ମଜବୁତ ହେବ,ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମି ମଧ୍ୟ ସେତିକି ମଜବୁତ ହେବ । ଆଜି ଦେଶର ଅନେକ ଉଦ୍ୟୋଗପତି ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସରକାରୀ ବ୍ୟବସ୍ଥାକୁ ନେଇ ସେମାନେ ଭୟଭୀତ ଅଛନ୍ତି । ଭୟର ମାହୋଲ କାରଣରୁ ବ୍ୟାଙ୍କମାନେ ମଧ୍ୟ ଋଣ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଋଣ ନମିଳିବାରୁ ଉଦ୍ୟୋଗପତି ମାନେ ନୂଆ ପ୍ଳାଣ୍ଟ ଲଗାଇବା ବିଚାରରୁ ଦୂରେଇ ରହୁଛନ୍ତି । ସମସ୍ତେ ଡରିକରି ରହୁଥିବାରୁ ଭାରତର ବିକାଶର ଗାଡି ମନ୍ଥର ପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*