ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୋପାଳ
ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଭୋପାଳ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଦେଖିବା ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ, ଶିବରାଜ ସିଂ ପ୍ରମୁଖ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ । ଯୋଶୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି । ମୋଦୀ ଟୁଇଟ୍‌ କରିଛନ୍ତି ଯେ, କୈଳାସ ଜୀ ଏପରି ଜଣେ ନେତା ଥିଲେ ଯିଏ ମଧ୍ୟପ୍ରଦେଶକୁ ବିକଶିତ କରିବା ପାଇଁ ମଜବୁତ ଯୋଗଦାନ ଦେଇଥିଲେ । ମଧ୍ୟଭାରତ ଏବଂ ଜନସଂଘ ସହ ଭାଜପାକୁ ମଜବୁତ କରିବା ପାଇଁ ସେ କରିଥିଲେ କଠିନ ପରିଶ୍ରମ । କୈଳାସ ଯୋଶୀ ପୂର୍ବରୁ ଭୋପାଳ ସାଂସଦ ମଧ୍ୟ ରହିଥିଲେ । ୧୯୫୧ ମସିହାରେ ଭାରତୀୟ ଜନସଂଘର ସ୍ଥାପନା ପରେ ସେ ଏହାର ସଦସ୍ୟ ବନିଥିଲେ । ୧୯୭୭ ଜୁନ୍‌ ୨୪ରେ ଯୋଶୀ ମଧ୍ୟପ୍ରଦେଶ ଇତିହାସର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଅସୁସ୍ଥତା କାରଣରୁ ୧୯୭୮ରେ ସେ ନିଜ ପଦରେ ଇସ୍ତଫା ଦେଇଥିଲେ । ଭାଜପାର ଜଣେ ବରିଷ୍ଠ ନେତା ଭାବେ ଜଣାଶୁଣା ଯୋଶୀ ମଧ୍ୟପ୍ରଦେଶ ଭାଜପାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*