ମଧୁରତା, ପ୍ରେମ ଓ କରୁଣା ସମସ୍ତଙ୍କର ଧେୟ ହେଉ: ରାଜ୍ୟପାଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ, ଭୁବନେଶ୍ୱର

ଜୀବନ ଓ ମୃତୁ୍ୟକୁ କୌଣସି ଭାଷାରେ ପରିଭାଷିତ କରିହୁଏନି । ଏହା ଅନୁଭବ ଓ ଉପଲବ୍ଧିର କଥା । ଜୀବନ ଓ ମୃତୁ୍ୟର ତତ୍ତ୍ୱକୁ ହୃଦୟଙ୍ଗମ କରିବା ପାଇଁ ନିଜକୁ ଚେତନାର ଉଚ୍ଚତମ ସ୍ତରରେ ସ୍ଥାପିତ କରିବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ।
ଗୁରୁବାର ଭୁବନେଶ୍ୱରରେ ‘ଶ୍ରୁତିନ୍ୟାସ’ର ମୁଖ୍ୟ ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆୟୋଜିତ ଜୀବନ ନିର୍ମାଣ ଶିବିରକୁ ଉଦ୍ଘାଟନ କରି ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ବାଣୀରେ ମଧୁରତା, ହୃଦୟରେ ପ୍ରେମ ଓ ଆଖିରେ କରୁଣା ସମସ୍ତଙ୍କର ଧେୟ ହେବା ଉଚିତ । ଆତ୍ମାର ପରମାତ୍ମା ସହ ସଂଯୋଗ ହିଁ ଈପସ୍ଥିତ ଲକ୍ଷ୍ୟ । ଭଗବାନ ନୁହେଁ ସାଥୀମାନେ ହିଁ ଲୋକମାନଙ୍କୁ ମାର୍ଗ ଦର୍ଶନ କରାନ୍ତି ବୋଲି ରାଜ୍ୟପାଳ ମତବ୍ୟକ୍ତ୍ କରିଛନ୍ତି । ମୁଖର ପ୍ରସନ୍ନତା ଭାବ ହିଁ ଦିବ୍ୟତାର ପ୍ରତୀକ । ଏକ ସୁଖୀ ଓ ଅର୍ଥପୂର୍ଣ୍ଣ ଜୀବନ ପାଇଁ ଏହାକୁ ଆଧାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଜୀବନ
ଉପରେ ଖାଦ୍ୟର ବିଶେଷ ପ୍ରଭାବ ରହିଛି । ଏହାକୁ ସଠିକ୍ ଢଙ୍ଗରେ ପରିଚାଳନା କରିବା ସହିତ ନିଜ ଜୀବନରେ ଏହାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ୍ ପରାମର୍ଶ ଦେଇଛନ୍ତି । ବିଚାରରୁ ସଂକଳ୍ପ ଓ ସଂକଳ୍ପରୁ କ୍ରିୟାର ଉଭଦ ହୋଇଥାଏ । ଏହି କ୍ରିୟା ଅଭ୍ୟାସରେ ରୂପାନ୍ତରିତ ହୋଇ ସଂସ୍କାରରେ ପରିଣତ ହୋଇଥାଏ । ଏହି କ୍ରମବିକାଶକୁ ଗୁରୁତ୍ୱ ଦେଇ ନିଜ ଜୀବନ ନିର୍ମାଣ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ ପରାମର୍ଶ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ ପ୍ରମୁଖ ଜୀବନର ଲକ୍ଷ୍ୟ ଓ ମାର୍ଗ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହା ପରେ ରାଜ୍ୟପାଳ ପ୍ରଫେସର ଲାଲ ସତ୍ୟାର୍ଥ ପ୍ରକାଶର ଓଡ଼ିଆ ଅନୁବାଦ, ସତ୍ୟର ସଂଧାନେ, ଇଶ୍ୱରଙ୍କ ନାମ, ସ୍ମୃତି ସୌରଭ ଆଦି ପୁସ୍ତକକୁ ଲୋକାର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*