ମଦ ସହ ଅଟୋ ଜବତ, ଜଣେ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କଟକ

ଚାଉଳିଆଗଞ୍ଜ ଥାନା ପୁଲିସ ବେଆଇନ ଭାବେ ମଦ ଚାଲାଣ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ମାଛୁଆବଜାରର କାହ୍ନୁ ଚରଣ ସାହୁ(୩୦) । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮୨୩ ବୋତଲ ବିଦେଶୀ ମଦ ଜବତ କରାଯାଇଛି । ଜବତ ମଦର ମୂଲ୍ୟ ପାଖାପଖି ଦେଢଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ କାହ୍ନୁ ଜଣେ କୁଖ୍ୟାତ ନିଶା ବେପାରୀ । ଗତ ଶନିବାର ଠାରୁ ଦୁଇ ଦିନିଆ ସଟଡାଉନରେ ଚଢା ମୂଲ୍ୟରେ ମଦ ବିକି୍ର କରିବା ଲାଗି ଯୋଜନା କରିଥିଲା । ଏଥିପାଇଁ କାହ୍ନୁ ଶୁକ୍ରବାର ଏକ ଅଟୋରେ ବେଆଇନ ଭାବେ ମଦ ଚାଲାଣ କରୁଥିଲା । ଶୁକ୍ରବାର ଦିନ ଅପରାହ୍ନ ସାଢେ ୨ଟା ବେଳେ ସେ ଏକ ଓଡି-୦୫-ଡବ୍ଲୁ-୫୪୦୩ ନମ୍ବର ଥିବା ଅଟୋରେ ମଦ ଭର୍ତ୍ତି କରି ନୂଆବଜାର ଦେଇ ଯୋବ୍ରା ନେଉଥିଲା । ତେବେ ଏହି ବିଷୟରେ ସୂଚନା ପାଇ ଚାଉଳିଆଗଞ୍ଜ ପୁଲିସ ଅଭିଯୁକ୍ତର ପିଛା କରି କାଳିଆବୁଦା ନିକଟରେ ଅଟୋକୁ ଅଟକାଇଥିଲା । ସେଠାରେ ଗାଡିର ତଲାସି ନେଲା ପରେ ଅଟୋ ଭିତରୁ ୮୨୩ ବୋତଲ ତଥା ୧୯୪ ଲିଟର ବିଦେଶୀ ମଦ ଜବତ ହୋଇଥିଲା । ଅନ୍ୟପଟେ ଏତେ ପରିମାଣର ମଦ ଚାଲାଣ କରୁଥିବା ସମ୍ପର୍କରେ ଅଭିଯୁକ୍ତ କାହ୍ନୁ କୌଣସି ଦସ୍ତାବିଜ ନଥିôଲା । ଫଳସ୍ୱରୂପ ପୁଲିସ ତୁରନ୍ତ ଉକ୍ତ ମଦ ଭର୍ତ୍ତି ଅଟୋ ଜବତ କରିଥିଲା । ଜବତ ମଦର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଚାଉଳିଆଗଂଜ ଥାନାରେ ୨୦୧/୨୦, ଆଇପିସିର ୫୨(ଏ)(ଆଇ) ଓଡିଶା ଅବକାରୀ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାହ୍ନୁକୁ ଗିରଫ କରିଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ତାପସ ପ୍ରଧାନ ସୂଚନା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*