ମଦ ଭର୍ତ୍ତି ପିକ୍ଅପ୍ ଜବତ : ଜଣେ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାଲେଶ୍ୱର

ବାଲେଶ୍ୱର ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡ଼ ପକ୍ଷରୁ ଚଢ଼ଉ ହୋଇ ଲକ୍ଷାଧିକ ଟଙ୍କାର ଚୋରା ଦେଶୀମଦ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ନମ୍ବରବିହୀନ ପିକଅପ୍ ଭ୍ୟାନରେ ପୁରୁଣାବାଲେଶ୍ୱରରୁ ସୋର ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଅବକାରୀ ଟିମ୍ ହାତରେ ଧରାପଡ଼ିଛି ଏହି ଚୋରା ଦେଶୀମଦ । ଏହି ମତ ଚୋରା ଚାଲାଣ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକଙ୍କ ନିଦେ୍ର୍ଦଶରେ ମୋବାଇଲ ସ୍କ୍ୱାର୍ଡ଼ ଇନ୍ସ୍ପେକ୍ଟର ଉଦେଲାଲ ନାୟକଙ୍କ ନେତୃତ୍ୱରେ ଶନିବାର ଏକ ଟିମ୍ ନମ୍ବର ବିହୀନ ଗାଡ଼ିକୁ ପିଛା କରିଥିଲା । ଗାଡ଼ିଟି ସୋର ଯିବା ରାସ୍ତାରେ ନ ଯାଇ ଫୁଲାଡ଼ି ଅଭିମୁଖେ ମୁହାଁଇଥିଲା । ଅବକାରୀ ଟିମ୍ ତାକୁ ଗୋଡାÿଇ ଗୋଡ଼ାଇ ଫୁଲାଡ଼ି ବଜାର ନିକଟରେ ଧରିଥିଲା । ଗାଡ଼ି ଡ୍ରାଇଭର ସୁନହଟ ଅଞ୍ଚଳର ସ୍ୱର୍ଗତ ଆଲ୍ଲାଉଦ୍ଦିନ୍ଙ୍କ ପୁତ୍ର ଶେଖ ସଫିରୁଦ୍ଦିନ୍(୨୮)ଙ୍କୁ କାବୁ କରିଥିବା ବେଳେ ଗାଡ଼ିର ଥିବା ଅନ୍ୟ ଏକ ଯୁବକ ଈଶାଣୀ ଅଞ୍ଚଳର ସ୍ୱର୍ଗତ ଭିକାରୀ ବେହେରାଙ୍କ ପୁତ୍ର ରମାକାନ୍ତ ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ୧୮ଶହ ଲିଟର ଦେଶୀମଦ ସହ ଗାଡ଼ିଟିକୁ ଅବକାରୀ ଟିମ୍ ଜବତ କରିଥିଲେ । ଜବତ ମଦର ଆନୁମାନିକ ମୂଳ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଏକ ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏଏସଆଇ ଚନ୍ଦ୍ରମୋହନ ସେଠୀ, କନଷ୍ଟେବଳ ପ୍ରହ୍ଲାଦ ବେହେରାଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*