ମଦ୍ରାସା ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ କୋଚିଂ ସେଣ୍ଟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ଖୁଦ୍ଦାମୂଲ ହୁଜାଜ୍୍ କମିଟି ପକ୍ଷରୁ ଓଡ଼ିଶା ୱାକ୍ଫ ବୋର୍ଡ ସହାୟତାରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ବାଲେଶ୍ୱରରେ ଏକ ଫି୍ର କୋଚିଂ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି । ସହରର ବାଲୁବଜାରସ୍ଥିତ ମଦ୍ରାସା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଏସ୍‌/ଏସଟି ଓ ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୋଚିଂ ସେଣ୍ଟରକୁ ଉଦ୍ଘାଟନ କରିଥିଲେ । ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଶିକ୍ଷା ବ୍ୟବସ୍ଥାରେ ଅନ୍ୟାନ୍ୟ ବିଦ୍ୟାଳୟ ତୁଳନାରେ ମଦ୍ରାସାର ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସ୍ତରକୁ ଆଣିବା ପାଇଁ ଏହି କୋଚିଂ ବ୍ୟବସ୍ଥା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ । ତେବେ ନିଃଶୁଳ୍କ କୋଚିଂ ବ୍ୟବସ୍ଥା ପାଇଁ ଖୁଦ୍ଦାମୂଲ ହୁଜାଜ୍୍ କମିଟି ପକ୍ଷରୁ ନିଆଯାଇଥିବା ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ସାରକା ପ୍ରଶଂସା କରିବା ସହ ଏଥିନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହା ଓଡ଼ିଶାର ପ୍ରଥମ କୋଚିଂ ସେଣ୍ଟର ହୋଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁରୂପ କୋଚିଂ ବ୍ୟବସ୍ଥା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ସାରକା ସୂଚନା ଦେଇଥିଲେ । ରାଜ୍ୟ ସଂଖ୍ୟଲଘୁ ବିଭାଗର ନବନିଯୁକ୍ତ ଉପଦେଷ୍ଟା ମୁନ୍ନା ଖାଁ ଏବଂ ଓଡ଼ିଶା ରାଜ୍ୟ ୱାକଫ୍ ବୋର୍ଡ଼ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୟଦ ଆଦକସ୍ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*