ମଦମୁକ୍ତି ଅଭିଯାତ୍ରୀଙ୍କୁ ଗିରଫ କଲା ପୁଲିସ, ପ୍ରତିବାଦରେ ରାସ୍ତା ଅବରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
କଟକ

ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ ଓ ମଦମୁକ୍ତ ଯୁବ ବାହିନୀ ପକ୍ଷରୁ ଓଡ଼ିଶାକୁ ସଂପୂର୍ଣ୍ଣ ମଦମୁକ୍ତ ଦାବିରେ ‘ମଦମୁକ୍ତି ଅଭିଯାତ୍ରା’ ଗତ ଫେବୃଆରୀ ୨୩ ତାରିଖଠାରୁ ବାହାରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ କଟକ, ଖୋର୍ଦ୍ଧା ହୋଇ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । ମଙ୍ଗଳବାର ଏହି ଅଭିଯାତ୍ରୀ ଦଳ କଟକ ରେଳଷ୍ଟେସନରେ ପହଞ୍ଚିବା କ୍ଷଣି ସେମାନଙ୍କୁ ଉକôଳ ସର୍ବୋଦୟ ମନ୍ଦଳ ଓ ବସ୍ତିବାସିନ୍ଦା ଏକତା ମଞ୍ଚ ତରଫରୁ ସ୍ୱାଗତ କରାଯାଇଥିଲା । ପରେ ଶୋଭାଯାତ୍ରାଟି କଲେଜଛକ, ରାଣୀହାଟ, ବଜ୍ରକବାଟୀ, ଦୋଳମୁନେ୍ଦଇ ଛକ ହୋଇ ବାଦାମବାଡି ଅଭିମୁଖେ ଯାତ୍ରା କରିଥିଲା । ହଠାତ ବାଦାମବାଡିଠାରେ ଶୋଭାଯାତ୍ରା ଦଳଙ୍କୁ ଡି.ସି.ପିଙ୍କ ଅର୍ଡର ଅଛିି ବୋଲି କହି ପୁଲିସ ଶୋଭାଯାତ୍ରାକୁ ଅଟକାଇଥିଲେ । ଯାହାଫଳରେ ନିଶାନିବାରଣ କର୍ମୀମାନେ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇଥିଲେ । କିଛି ସମୟ ପାଇଁ ପୁଲିସ ଓ ନିଶାନିବାରଣ କର୍ମୀମାନଙ୍କର ବାକ୍ ବିତନ୍ଦାପରେ ୧୫ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସନ୍ଧ୍ୟାରେ ପି.ଆର. ବନ୍ଦରେ ଛଡାଯାଇଥିଲା । ପ୍ରକାଶ ଥାଉକି ଏହି ଯାତ୍ରାଟି ୧୧ ଦିନରେ ୧୧ଟି ଜିଲ୍ଲା ଅତିକ୍ରମ କରି ବିଭିନ୍ନ ଜିଲ୍ଲା, ବ୍ଲକ ଓ ଗ୍ରାମ ପରିଭ୍ରମଣ କରି ଓଡିଶାକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ଦାବିରେ ବାହାରିଛି । ପ୍ରତିବର୍ଷ ମଦ ପିଇ ଓ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ହଜାର ହଜାର ଲୋକ ମୃତୁ୍ୟବରଣ କରୁଛନ୍ତି । ମହିଳାମାନେ ପ୍ରତିଦିନ ମଦୁଆସ୍ୱାମୀ ଓ ପୁଅଠାରୁ ମାଡଖାଇ ହିନୀମାନ ହେଉଥିବା ଅଭିଯାତ୍ରୀମାନେ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ରମାକାନ୍ତ ମନ୍ଦଳ, ମଳୟ ତ୍ରିପାଠୀ, କାହ୍ନୁଚରଣ ବେହୁରା, ସତ୍ୟବ୍ରତ ପୃଷ୍ଟି, ବିଜୟ ସ୍ୱାଇଁ, ଖଗେଶ୍ୱର ବଳ, ପ୍ରିୟନାଥ ଆଚାର୍ଯ୍ୟ ପ୍ରଭୃତି ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଦେ, ଇନ୍ଦୁମତୀ ସାହୁ, ମାଳତୀ ପାତ୍ର, ହିଂମାଶୁ ସ୍ୱାଇଁ, ଜୟନ୍ତୀ ବିଶ୍ୱାଳ, କବିତା ପରିଡା, ପିତାମ୍ବର ଭୂୟାଁ, ନରେନ୍ଦ୍ର ବେହେରା, ଅର୍ଜ୍ଜୁନ ସାମନ୍ତରାୟ ପ୍ରଭୃତ ଯାତ୍ରାରେ ଥିଲେ । ଅନ୍ନପୂର୍ଣ୍ଣା ପତି, ବିଜୟଲକ୍ଷ୍ମୀ ମହାନ୍ତି, ବିଚିତ୍ରାନନ୍ଦ ସେଠୀ, ସର୍ବେଶ୍ୱର ବାରିକ, ସୁନାକର ବରାଳ, ମମତା ଦାସ, ଶେଖ ଅବଦୁଲ୍ଲା ପ୍ରମୁଖ କଟକଠାରେ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*