ମଦପ୍ରସାର ନିତୀକୁ ବିରୋଧ କରି ବିକ୍ଷୋଭ ଓ ଗଣଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଚୌଦ୍ୱାର

ରାଜ୍ୟର ଗ୍ରାମାଞ୍ଜଳରେ ରାଜ୍ୟ ସରକାରଙ୍କ ମଦ ପ୍ରସାର ନିତୀକୁ ବିରୋଧ କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସମିତିର କଟକ ଜିଲ୍ଲା ସଭାନେତ୍ରୀ ମମତା ସାହୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ମହିଳାମାନେ ଆସି ବ୍ଲକ କାର୍ଯ୍ୟାଳୟ ଆଗରେ ଏକତି୍ରତ ହୋଇଥିଲେ ।
ରାଜ୍ୟ ସରକାର ଯେଭଳିଭାବେ ମଦ ବିକି୍ରକୁ ପ୍ରୋତ୍ସାହନ ଦେଉଛନ୍ତି ସେଥିରେ ମହିଳା ଓ ଶିଶୁମାନଙ୍କ ଉପରେ ନିର୍ଯ୍ୟାତନା ବ୍ୟାପକ ଭାବେ ବୃଦ୍ଧି ପାଇବା ସହ ସାମାଜିକ, ଆର୍ଥିକ ଓ ଶାରିରୀକ ଭାବେ ଅସୁରକ୍ଷିତ ହୋଇପଡିବେ ବୋଲି ସଂପାଦିକା ପୁଷ୍ପଲତା ସାହୁ ପ୍ରକାଶ କରିଥିଲେ । ସାଧାରଣ ଲୋକଙ୍କୁ ପାନୀୟଜଳ, ରାସନକାର୍ଡ, ପାଇଖିନା ଯୋଗାଇ ପାରୁନଥିବା ସରକାର ମଦ ଦୋକାନ ବ୍ୟାପକ ଭାବରେ ଖୋଲି ସ୍ୱଳ୍ପ ରୋଜଗାର କରୁଥିବା ପରିବାରର ଆର୍ଥିକ ମେରୁଦନ୍ଦ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ତୁରନ୍ତ ଅଧିକ ମଦ ଦୋକାନ ଖୋଲିବା ଯୋଜନାରୁ ନିବୃତ୍ତ ନରହିଲେ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପି ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ବୁଲି ସାହୁ, ଜୟନ୍ତୀ ଗାଗରିଆ, ସଂଯୁକ୍ତା ମହାରଣା, ଗେହ୍ଲାରାଣି ମଲିକ, ମନୋରମା ପନ୍ଦା, ମଧୁସ୍ମିତା ମଲିକ ଚେତାବନୀ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*