ମଣ୍ଡି ଖୋଲିବାରେ ବିଳମ୍ବ, ଚିନ୍ତାରେ ଚାଷୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଧର୍ମଗଡ଼

ସରକାର ଚାଷୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ମନ୍ଦି ଖୋଲି ଧାନ ବିକି ଭଲ ଦୁଇ ପଇସା ରୋଜଗାର କରିବାର ବ୍ୟବସ୍ଥା କରିଛନ୍ତି ହେଲେ ମନ୍ଦି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁଁ ଏବେ କଳାହାନ୍ଦି ଜିଲ୍ଲା ଧର୍ମଗଡ଼ ଉପଖନ୍ଦର ଚାଷୀ ଚିନ୍ତାରେ ରହିଛନ୍ତି । କଳାହାନ୍ଦି ଜିଲ୍ଲା ଧର୍ମଗଡ଼ ଉପଖନ୍ଦର ଚାଷୀ ଧାରକରଜ କରି ଖରିଫ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାର ଆଶା କରିଥିଲେ । ହେଲେ ସରକାରଙ୍କ ମନ୍ଦି ଖୋଲା ନୀତି ଯୋଗୁଁ ଏବେ ଚାଷୀ ଚିନ୍ତାରେ ପଡିବା ସହ ବାଧ୍ୟ ହୋଇ କମ ଦରରେ କୁଇଣ୍ଟାଲ ପ୍ରତି ୧ ହଜାରରୁ ୧୨ ଶହ ଟଙ୍କାରେ ଦଲାଲ ହାତରେ ଦେଉଥିବା କହିଛନ୍ତି । ବାକି ବର୍ଷ ମାନଙ୍କରେ ଏ ସମୟରେ ମନ୍ଦି ଖୋଲି ଧାନ କିଣା ଆରମ୍ଭ ହୋଇଥିବା ବେଳେ ଏ ବର୍ଷ ମନ୍ଦି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ ହୋଇଛି ।
ସରକାର ଠିକ ସମୟରେ ମନ୍ଦି ଖୋଲୁନଥିବା ଯୋଗୁଁ ଚାଷୀ ହଇରାଣ ହେଉଥିବା ବେଳେ ଏବେ ଉପଖନ୍ଦରେ ଚାଷ ହୋଇଥିବା ସମସ୍ତ ଧାନ ବର୍ତ୍ତମାନ ଦଲାଲ ହାତରେ ବିକ୍ରି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ସରକାରଙ୍କ ମନ୍ଦି ଖୋଲା ନୀତି ଫେଲ୍‌ ମାରିଛି ବୋଲି କହିଛନ୍ତି ବିରୋଧୀ । ତେବେ କେବେ ସରକାର ମନ୍ଦି ଖୋଲିବେ ଓ ଚାଷୀଙ୍କୁ ଉପଯୁକ୍ତ ଦରରେ ଧାନ କିଣିବେ ତାହା ଏବେ ଦେଖିବାକୁ ବାକି ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*