ମଣିଷ ମୁହଁ ଆକାରର ମାଛ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବେଜିଂ
ସୋସିଆଲ ମିଡିଆରେ ଏବେ ଏକ ମାଛର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଏହି ମାଛର ମୁହଁଟି ମଣିଷର ମୁହଁ ଆକୃତିର ଥିବା ଦେଖିବାକୁ ମିଳୁଛି ଭିଡିଓରେ ।
ଚୀନର ମିଲାଓ ଗ୍ରାମର ଜଣେ ମହିଳା ପୋଖରୀରେ ଗାଧୋଇବା ସମୟରେ ଏଭଳି ଏକ ମାଛକୁ ଦେଖି ଚକିତ ହୋଇପଡିଥିଲେ, ପରେ ସେ ଏହି ମାଛ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀମାନେ ଏହା ଦେଖିବା ପରେ ମାଛର ଫଟୋ ଉଠାଇ ଇଣ୍ଟରନେଟ୍‌ରେ ଛାଡିଥିଲେ । ଅଦ୍ୟାବଧି ଲକ୍ଷାଧିକ ଲୋକ ଏହି ମାଛର ଫଟୋକୁ ଦେଖିବା ସହ ସେୟାର କରିଲେଣି । ବିଶେଷଜ୍ଞମାନେ ମଧ୍ୟ ଏହି ଗ୍ରାମରେ ପହଞ୍ଚି ମାଛ ଉପରେ ଗବେଷଣା ଆରମ୍ଭ କରିଛନ୍ତି । କୁହାଯାଉଛି ଯେ, ଉକ୍ତ ପୋଖରୀରେ ଏଭଳି ଧରଣର ଅନେକ ମାଛ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*