ମଣିମଠ ବସ୍ତି ଉଚ୍ଛେଦ ପାଇଁ ହୋଇଥିବା ନୋଟିସ୍ ପ୍ରତ୍ୟାହାର ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଖାନ୍ନଗର ସ୍ଥିତ ମଣିମଠ ବସ୍ତି ଉଚ୍ଛେଦପାଇଁ ରେଳବିଭାଗ ପକ୍ଷରୁ ପୁନର୍ବାର ନୋଟିସ୍ କରାଯାଇ ବସ୍ତିବାସିନ୍ଦାମାନଙ୍କୁ ଛାଡି ଚାଲିଯିବା ପାଇଁ ଧମକ ଦିଆଯାଇଛି । ରେଳ ବିଭାଗର ଏହି ଅମାନବିକ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ଆଜି ମଣିମଠ ବସ୍ତିର ଶତାଧିକ ଲୋକ ପିଲାଛୁଆ ଧରି ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ନେତୃତ୍ୱରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନଙ୍କୁ ପକ୍ଷରୁ ଦାବି କରାଯାଇଛି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରାଯାଇ ନୋଟିସ୍ ପ୍ରତ୍ୟାହାର କରାଯାଉ । ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାମାନଙ୍କୁ ସମ୍ବିଧାନ ସମ୍ମତ ଭାବରେ ଉପଯୁକ୍ତ ଥଇଥାନ କରାଯାଉ । ସମ୍ବିଧାନ ପ୍ରଦତ୍ତ ନାଗରିକମାନଙ୍କର ପ୍ରତ୍ୟେକ ମୌଳିକ ଅଧିକାରକୁ ସୁନିଶ୍ଚିତ କରାଯାଉ ।

ଦିଲ୍ଲୀର ସକୁର ବସ୍ତି ସଂପର୍କରେ ଦିଲ୍ଲୀ ହାଇକୋର୍ଟଙ୍କ ନିଦେ୍ର୍ଦଶ ଓ ଜୟ ମା ମଙ୍ଗଳା ବସ୍ତି ସଂପର୍କରେ ଓଡିଶା ହାଇକୋର୍ଟଙ୍କ ନିଦେ୍ର୍ଦଶ ପାଳନ କରାଯାଉ ବୋଲି ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ନେତୃତ୍ୱରେ ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି । ବସ୍ତି ଉଚ୍ଛେଦ ନିଷ୍ପତ୍ତି ବନ୍ଦ ନ ହେଲେ, ବସ୍ତିବାସିନ୍ଦାମାନେ ପିଲାଛୁଆ ସମେତ ସମସ୍ତେ ବୁଲଡୋଜର୍ ସମ୍ମୁଖରେ ଆତ୍ମ ବିସର୍ଜନ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ଏହି ବିକ୍ଷୋଭରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ଯୁଗ୍ମ ଆବାହକ ସେଖ୍ ଅବଦ୍ୁଲ୍ଲା ଓ ଖଗେଶ୍ୱର ସେଠୀ, ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଂଜନ ମହାନ୍ତି, ସାମ୍ୟବାଦୀ ନେତା ବିଶ୍ୱାବସୁ ଦାସ, ବସ୍ତିନେତା ଦିପକ ଦାସ, ସସ୍ମିତା ମହାନ୍ତି, ପାଭେଲ ପ୍ରିୟଦର୍ଶନ, କାର୍ତ୍ତିକ ଜେନା, ଦୀନବନ୍ଧୁ ନାୟକ, କାହ୍ନୁଚରଣ ଦାସ, ସିପ୍ରା ମହାନ୍ତି, ସ୍ୱାଧୀନ ବେହେରା, ମମତା ସାହୁ, ଗୟାଧର ବଳ, କିରଣବାଳା ସ୍ୱାଇଁ, ଶରତଚନ୍ଦ୍ର ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*