ଭୟରେ ଅଛନ୍ତି କାଶ୍ମୀରୀବାସୀ, ଜମ୍ମୁରେ ବ୍ୟାପାର ଶୂନ: ଆଜାଦ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଜମ୍ମୁ-କାଶ୍ମୀରରେ ୭ ଦିନିଆ ଗସ୍ତ ଶେଷ କରିବା ପରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ ସୋମବାର ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ସେ ଜାମ୍ମୁ-କାଶ୍ମୀରର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିବା କଥା କହିବା ସହ କେନ୍ଦ୍ରର ଅଗଷ୍ଟ ୫ର ନିଷ୍ପତ୍ତି ଯୋଗୁ ଅର୍ଥବ୍ୟବସ୍ଥା ମାନ୍ଦା ହୋଇଯାଇଛି ବୋଲି ଆରୋପ ଲଗାଇଥିଲେ । “ଜମ୍ମୁ-କାଶ୍ମୀରରେ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଯାଇଥିବାରୁ କେନ୍ଦ୍ର ସ୍ଥାନୀୟ ପ୍ରଶାସନକୁ ଧମକାଉଛି”ବୋଲି ଆଜାଦ୍‌ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଗତ ୨ ମାସ ହେଲା ଉଭୟ ଜମ୍ମୁ ଏବଂ କାଶ୍ମୀରରେ ବ୍ୟବସାୟ ଠପ୍‌ ହୋଇଯାଇଛି । ଏହା ରାଜ୍ୟର ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରିଦେଇଛି ବୋଲି ସେ କହିଥିବା ଜଣାପଡିଛି ।
କାଶ୍ମୀରକୁ ଯାହା ବି ଜିନିଷପତ୍ର ପହଞ୍ଚôଥାଏ, ସେସବୁ ଜମ୍ମୁରୁ ଯାଇଥାଏ । ତେଣୁ କାଶ୍ମୀର ସହରର ଦୋକାନୀ ଏବଂ ଗ୍ରାମାଞ୍ଚଳର ଲୋକେ ଜମ୍ମୁ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଥାନ୍ତି । ହେଲେ ସେଠାରେ ପ୍ରତିବନ୍ଧକ ଲାଗୁ ହେଥୁ ଏବେ ଜମ୍ମୁର ବ୍ୟାପାର ପ୍ରାୟତଃ ଠପ୍‌ ହୋଇଯାଇଛି ବୋଲି ସେ କହିଥିଲେ । ସେହିପରି ଗତ ୫୦ ଦିନ ଧରି ଜାମ୍ମୁର ଜାତୀୟ ନେତମାନେ ନଜରବନ୍ଦୀ ହୋଇ ରହିଛନ୍ତି । ଏହି କାରଣରୁ ଦଳୀୟ ନେତାମାନେ ନିଜ ନିଜ ଅଞ୍ଚଳର ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ବୋଲି କହିଥିଲେ । ଯେତେବେଳେ ମୁଖ୍ୟସ୍ରୋତରେ ଥିବା ରାଜନୈତିକ ଦଳର ନେତମାନେ ନଜରବନ୍ଦୀ ହୋଇ ରହିଥିବେ, ସେତେବେଳେ ବ୍ଲକ୍‌ ଏବଂ ଜିଲ୍ଲା ସ୍ତରୀୟ ନିର୍ବାଚନ ସେଠାରେ କରିବା ଗଣତନ୍ତ୍ରର ଉପହାସ୍ୟ କରିବା ଭଳି କଥା ହେବ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*