ଭୋଡ଼ାଫୋନ-ଆଇଡିଆ ପାଇଁ କୁମାରଙ୍କୁ ୨ଲକ୍ଷ କୋଟି ଟଙ୍କା ଝଟକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଭୋଡ଼ାଫୋନ ଗ୍ରୁପର ଖରାପ ଆର୍ଥିକ ସ୍ଥିତି ଗ୍ରୁପର ଦ୍ୱିତୀୟ ବୃହତ ନିବେଶକ କୁମାର ମଙ୍ଗଳମ୍‌ ବିର୍ଲାଙ୍କ ଆର୍ଥିକ ସ୍ଥିତି ଉପରେ ପକାଇଛି ବଡ ପ୍ରଭାବ । ବିର୍ଲା ଗତବର୍ଷ ବି୍ରଟିଶ ଟେଲିକମ୍‌ କମ୍ପାନୀ ଭୋଡାଫୋନ ସହ ହାତ ମିଳାଇଥିଲେ । ତଥ୍ୟାନୁସାରେ ୨୦୧୭ମସିହାର ଶେଷ ସମୟରୁ ଅଦ୍ୟାବଧି ବିର୍ଲାଙ୍କ ସମ୍ପତି ଏକ ତୃତୀୟାଂଶ ହ୍ରାସ ପାଇଛି । ବିର୍ଲାଙ୍କୁ ଏହି ଝଟକା ଭୋଡାଫୋନର କ୍ଷତି ଏବଂ ଋଣ ବୋଝ ବୃଦ୍ଧି ପାଇଁ ସେୟାର ମୂଲ୍ୟରେ ହ୍ରାସ କାରଣରୁ ଘଟିଛି । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ରସାୟନ ମେଟାଲ୍ସ ଏବଂ ସିମେଣ୍ଟ କ୍ଷେତ୍ରରେ ବିର୍ଲାଙ୍କ କମ୍ପାନୀ ମଧ୍ୟ ମାନ୍ଦାବସ୍ଥା କାରଣରୁ ଖରାପ ସ୍ଥିତି ଦେଇ ଗତି କରୁଛି ।
ବ୍ଲୁମବର୍ଗ ବିଲେନିୟର୍ସ ଇନେ୍ଦକ୍ସ ଅନୁସାରେ ଦୁଇ ବର୍ଷ ତଳେ ବିର୍ଲାଙ୍କ ସମ୍ପତି ୯.୧ଅରବ ଡଲାର ଥିଲା । ଯାହା ହ୍ରାସ ପାଇ ୬ଅରବ ଡଲାରରେ ପହଞ୍ଚôଛି । ରିପୋର୍ଟ ଅନୁସାରେ ତାଙ୍କ କମ୍ପାନୀର ସବୁଠୁ ଅଧିକ କ୍ଷତି ହୋଲଡିଂ କମ୍ପାନୀ ଆଦିତ୍ୟ ବିର୍ଲା ଗ୍ରୁପ କାରଣରୁ ହୋଇଛି । ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ବର ୫, ୨୦୧୬ରେ ମୁକେଶ ଅମ୍ବାନୀଙ୍କ ଜିଓର ବଜାର ପ୍ରବେଶ ପରେ ଅନ୍ୟ ଟେଲିକମ୍‌ ଇନ୍ଦଷ୍ଟି୍ର ଝଟକା ଖାଉଥିଲାବେଳେ ଏହି କ୍ଷେତ୍ରରେ ନିବେଶ କରିବାର ସାହସ ଦେଖାଇଥିଲେ ଉଦ୍ୟୋଗପତି କୁମାର ମଙ୍ଗଳମ୍‌ । ସେ ନିଜ କମ୍ପାନୀ ଆଇଡିଆ ସେଲୁ୍ୟଲାରକୁ ଭୋଡ଼ାଫୋନ ଇନ୍ଦିଆ ସହ ବିଲୟ କରାଇଥିଲେ । ଫଳରେ ନୂଆ କମ୍ପାନୀ ଭୋଡାଫୋନ ଆଇଡିଆ ଅସ୍ତିତ୍ୱକୁ ଆସିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*