ଭୋଟ ବେଳ ଥିଲେ ଚାଲୁଥାନ୍ତେ କି ଦାଦନ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ମନେ ପକାନ୍ତୁ ୨୦୦୯ ଇଲେକସନ୍‌ ପାଖେଇ ଆସିବା ବେଳର କଥା । ପଦ୍ମ ଦଳିଆଙ୍କୁ ଚୁତିଆ ଓ ଭକୁଆ ବନାଇ ୨୦୦୮ ଅଗଷ୍ଟରେ ନବୀନ ମାର୍କା ଦି’ ଟଙ୍କିଆ ଚାଉଳ ବଜାରକୁ ଛଡାଗଲା । ରାଜସ୍ୱ ଓ ଖାଦ୍ୟ ଯୋଗାଣ ବିଭାଗ ଥିଲା ପଦ୍ମ ଦଳିଆଙ୍କ ହାତରେ । ଡିସେମ୍ବର ବେଳକୁ ପଦ୍ମ ଦଳିଆଙ୍କୁ ନାତେ ମାରି ମୁଖିଆ ଏକାକୀ ଲଢିଲେ ଓ ଜିତିଲେ । ସେହି ଦିନରୁ ପଦ୍ମ ଦଳିଆ ହତାଶିଆ ହେଇ ବୁଲୁଚନ୍ତି ।
୨୦୧୪ ଇଲେକସନ୍‌ ଆଗରୁ ଲୋକଙ୍କୁ ମୋବାଇଲ, ଛତା, ଯୋତା ଓ ସାଇକଲ୍‌ ଧରାଇ ମୁଖିଆ ବାଜିମାତ୍‌ କଲେ । ପଦ୍ମ ଦଳିଆଙ୍କ ସବୁ କୋଶିସ୍‌ ବେକାର ଗଲା ।
ଓଡ଼ିଆଙ୍କ ନାଡି ଭଲ ଭାବେ ଚିପିଚନ୍ତି ମୁଖିଆ । ୨୦୧୮ରେ ତିନି ରାଜ୍ୟ ପଦ୍ମ ହାତରୁ ଖସି ଯିବା ପରେ ମୁଖିଆ କଳିନେଲେ ଯେ କ’ଣ କଲେ ସମସ୍ତେ ତାଙ୍କୁ ଛାଡି କଦାପି ମୋଦୀ ଆଡ଼କୁ ଯିବେ ନାହିଁ । ତରବରିଆ କଳିଆ ଟଙ୍କା ବାଣ୍ଟି ଦେଲେ ଚାଷୀ, ଅଚାଷୀ ଓ ଅଣଚାଷୀଙ୍କୁ । ସମସ୍ତେ ଖୁସ୍‌ । ମୁଖିଆ ଏହା ବି କହିଲେ ଯେ, ମୋ ସରକାର ଆସିବା ମାତ୍ରେ ସେକେନ୍ଦ ଇନ୍‌ଷ୍ଟାଲମେଣ୍ଟ ଗୋଟିଏ ଦିନରେ ଦେଇଦେବି । ୫ହଜାର ଟଙ୍କା ଲୋଭରେ ଧାଏଁଧାଏଁ ଭୋଟ୍‌ ବାଡେଇ ଦେଲେ ଶଙ୍ଖରେ ।
ଭୋଟ୍‌ ଆସୁଥିଲା ବୋଲି ସିନା ଚାଷୀଙ୍କ ଦୁଃଖରେ ଆଇସ୍‌କି୍ରମ୍‌ ତରଳି ଗଲାପରି ତରଳି ଯାଇଥିଲେ ମୁଖିଆ । ଚାଷୀଙ୍କ ପ୍ରତି ଏତେ ଦରଦ ଦେଖାଇଥିଲେ ସେ ଭୋଟ୍‌ ଆସୁଥିଲା ବୋଲି । ସେଥିପାଇଁ ଇମର୍‌ଜେନ୍ସି ଫନ୍ଦରୁ ଟଙ୍କା ଉଠାଇ ନେଇଥିଲେ ରାତାରାତି । ରାତ୍‌ ଗୟୀ ବାତ୍‌ ଗୟୀ । ଏବେ ଚାଷୀ କିଏ ନା କାଳିଆ କିଏ?
ଯଦି ଏବେ ଇଲେକସନ୍‌ ଥାନ୍ତା , ତେବେ ରାଜ୍ୟ ଫେରନ୍ତା ଓଡ଼ିଆ ଶ୍ରମିକ ଓ ଦାଦନମାନେ ଚାଲିଚାଲି ଖରାରେ ତରାରେ ଗାଁ କୁ ଫେରୁଥାନ୍ତେ କି? ନେତାମାନେ ଆର୍‌ଟିଓଙ୍କ ଠାରୁ ଗାଡ଼ି ଆଣି ସେମାନଙ୍କୁ ଘରେ ପହଞ୍ଚେଇ ସାରନ୍ତେଣି କେବେଠୁ । ବାଟରେ ଭାତ-ଡାଲମା ବ୍ୟବସ୍ଥା ବି ହେଇଥାନ୍ତା । ଛୋଟମୋଟ ସଭାରେ ଶଙ୍ଖ ପତାକା ଉଡୁଥାନ୍ତା । କ୍ୱାରେଣ୍ଟାଇନ ସେଣ୍ଟର ଆଗରେ ନବୀନ ବାବୁଙ୍କ କଟ୍‌ଆଉଟ୍‌ ଲାଗିଥାନ୍ତା । ସବୁ ଶ୍ରମିକ ନବୀନ ବାବୁଙ୍କ ପରିବାରର ବୋଲି ବଡ଼ବଡ଼ ବିଜ୍ଞାପନ ଖବରକାଗଜରେ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଉଥାନ୍ତା । ଏମେଲେ କ୍ୟାନ୍ଦିଡେଟ୍‌ ମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିଜ ହାତରୁ ପଇସା ଖର୍ଚ୍ଚ କରି ମଟନ ମାଡ଼ କରାଉଥାନ୍ତେ ।
ଯେହେତୁ ଇଲେକସନ୍‌ ନାହିଁ, ଇଏ ଦାଦନିଆଙ୍କୁ ପଚାରେ କିଏ? ଯେମିତି ଯାଇଥିଲେ, ସେମିତି ଫେରନ୍ତୁ । ଆମର ସେମାନଙ୍କ ଆଡ଼କୁ ଅନାଇବାର ନାହିଁ । ଆମେ କେବଳ ଜିନିଷ ପତ୍ର କିଣାକିଣି କରି କେତେ ପକେଟ ଗରମ କରିପାରିବୁ, ସେହି ଚିନ୍ତାରେ ଅଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*