ଭୋଟର ସଚେତନତା ରଥର ଶୁଭାରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭଦ୍ରକ

ଭଦ୍ରକରେ ଭୋଟର ସଚେତନତା ରଥକୁ ପତାକା ଦେଖାଇ ଜିଲ୍ଲାପାଳ ଜ୍ଞାନ ଦାସ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନମନ୍ଦଳୀରେ ଏହି ପାଞ୍ଚଟି ଭୋଟର ସଚେତନତା ରଥ ପରିଭ୍ରମଣ କରି ଭୋଟରମାନଙ୍କୁ ସେମାନଙ୍କର ଭୋଟ ଦେବାର ଅଧିକାର ସମ୍ପର୍କରେ ସଚେତନା କରାଯିବ । ଭାରତର ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଦଶକ୍ରମେ ସାରା ଭାରତ ବର୍ଷରେ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ସଚେତନତା ଜରିଆରେ ଜଣେ ଭୋଟର ବୟସ ୧୮ ବର୍ଷ ହୋଇଥିଲେ ସେମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ପର୍ମ-୬,ନାମ ବାଦ୍ ପାଇଁ ଫର୍ମ-୭,ଭୋଟର ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ଏବଂ ନିର୍ଦ୍ଦିଷ୍ଟ ନିର୍ବାଚନମନ୍ଦଳୀ ମଧ୍ୟରେ ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ-୮(କ) ସହ ଭୋଟରମାନେ ନିଜର ଭୋଟ ପରିଚୟ ସହିତ ଆଧାର, ପାସପୋର୍ଟ,ରାସନକାର୍ଡ ଭଳି ଆବଶ୍ୟକ ଦସ୍ତାବିଜକୁ ସଂଯୋଗ କରିପାରିବେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଡେପୁଟି କଲେକ୍ଟର (ନିର୍ବାଚନ)ଜୟଶ୍ରୀ ସେନାପତି ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କ ଦପ୍ତର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*