ଭେଡେନ୍‌ ଗଣଦୁଷ୍କର୍ମ ଓ ହତ୍ୟା ପାଇଁ ସରକାର ଦାୟୀ: କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବରଗଡ଼ ଜିଲା ଭେଡେନ୍‌ ଥାନା ଅଞ୍ଚଳର ୩ ଜଣ ଦଳିତ ମହିଳାଙ୍କୁ ପୁଲିସ ଉଠାଇ ନେବା ପରେ ସେମାନଙ୍କୁ ଗଣଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା । ଦୁଷ୍କର୍ମକାରୀଙ୍କ କବଳରୁ କୌଣସି ମତେ ଖସିଆସିଥିବା ଏକମାତ୍ର ମହିଳା ଜଣକ ଶେଷରେ ଅନ୍ୟ ୨ ଜଣଙ୍କ ଭଳି ହତ୍ୟାର ଶିକାର ହୋଇଥିଲେ । ଏହି ଘଟଣା ଉପରେ ପୁଲିସ ମହାନିଦେ୍ର୍ଦଶକ ଓ ଗୃହ ବିଭାଗର ଅସମ୍ଭବ ନିରବତା ଉପରୁ ମାନବାଧିକାର କମିଶନ ପର୍ଦ୍ଦା ହଟାଇଛନ୍ତି । କମିଶନଙ୍କ ନିଦେ୍ର୍ଦଶର ୧୩ ଦିନ ପରେ ମଧ୍ୟ ମାମଲା ଦାଏର ନହେବା ସବୁଠାରୁ ନିନ୍ଦାର ବିଷୟ । ଏହି ଲୋମହର୍ଷଣକାରୀ ଘଟଣା ଉପରେ ମାମଲା ରୁଜୁ କରାଯାଇ ଦୋଷୀ ପୁଲିସ ଓ ଅନ୍ୟ ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି । ସୋମବାର ଦିନ କଂଗ୍ରେସ ଭବନରେ ଦଳ ପକ୍ଷରୁ ସତ୍ୟ ନାୟକ, ନିଶିକାନ୍ତ ମିଶ୍ର, ସୁର ରାଉତରାୟ ଏହି ଦାବି କରିଛନ୍ତି ।
ପୁଲିସର ଏହି ଘଟଣାକୁ ନେଇ କଂଗ୍ରେସ ୫-ଟିର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଛି । ଯଦି ୫-ଟି ଦ୍ୱାରା ଲୋକଙ୍କ ଉପକାର ହେଉଛି, ଭେଡେନ୍‌ ଥାନା ଘଟଣାକୁ କାହିଁକି ଚପାଇବାକୁ ଉଦ୍ୟମ ହେଉଛି । ମୋ ସରକାର ଯୋଜନାରେ ମୁଖ୍ୟମନ୍ତ୍ରୀ ଫୋନରେ ଲୋକଙ୍କ ସହ କଥା ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଯେଉ ଫୋନରେ କଥା ହେଉଛନ୍ତି ସେଥିରେ କେଉଁ ସଫ୍ଟୱେର ବ୍ୟବହାର ହୋଇଛି ତାହା ଜଣାପଡ଼ୁନାହିଁ । ବାରମ୍ବାର ଏହି ଫୋନରେ ଅଭିଯୋଗ କରିବା ପାଇଁ ଲଗାତାର ଉଦ୍ୟମ ହେଉଥିଲେ ମଧ୍ୟ ଏହା କିଭଳି ଏନଗେଜ୍‌ ରହୁଛି ବୋଲି ଦଳ ପ୍ରଶ୍ନ କରିଛି । ୨୦୧୬ ମସିହା ମେ’ ମାସରେ ଭେଡେନ୍‌ ଥାନା ପୁଲିସ ସବର୍ଣ୍ଣ-ଅସବର୍ଣ୍ଣ ବିବାଦରେ ହସ୍ତକ୍ଷେପ କରି ୩ ଜଣ ଦଳିତ ମହିଳାଙ୍କୁ ଗିରଫ ନାଁରେ ଥାନାକୁ ନେଇଥିଲା । ଥାନା ଆଇଆଇସି ମମତା ନାୟକ ଓ ସବ୍‌ଇନ୍ସିପେକ୍ଟର ଦୀଲିପ ବେହେରା ଏହି ମହିଳାଙ୍କୁ ଥାନାକୁ ନେଉଛନ୍ତି କହି ନିକଟସ୍ଥ ଦେଓଗାଁ ଜଙ୍ଗଲକୁ ନେଇଯାଇଥିଲେ । ଦୁଇ ଦିନ ଧରି ଏହି ମହିଳାଙ୍କୁ ଜଙ୍ଗଲ ଭିତରେ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ପରେ ପୁଲିସ ଏହି ମହିଳାମାନଙ୍କୁ ସେହି ଗ୍ରାମର ସବର୍ଣ୍ଣ ଲୋକଙ୍କ ହାତରେ ଜିମା ଦେଇଥିବା ପରେ ଜଣାପଡ଼ିଥିଲା ।
ପୁଲିସଠାରୁ ୩ ଦଳିତ ମହିଳାଙ୍କୁ ସବର୍ଣ୍ଣ ବ୍ୟକ୍ତିମାନେ ନିଜ ଅକ୍ତିଆରକୁ ନେବା ପରେ ସେମାନଙ୍କ ଅତ୍ୟାଚାର ବଢିଥିଲା । ୫ ଦିନ ଧରି ଏହି ୩ ମହିଳାଙ୍କୁ ଏକାଧିକ ବ୍ୟକ୍ତି ଦୁଷ୍କର୍ମ କରିଚାଲିଥିଲେ । ୨ ଜଣଙ୍କୁ ହତ୍ୟା କରାଯିବା ପରେ ଜଣେ ମହିଳା କୌଶଳରେ ସେଠାରୁ ଖସିଆସିଥିଲେ । ନିଜ ସମ୍ପର୍କୀୟଙ୍କ ନିକଟରେ ପହଞ୍ଚô ସମସ୍ତ ଘଟଣା କହିବା ପରେ ଡାକ ଯୋଗେ ବରଗଡ଼ ଏସ୍‌ପିଙ୍କୁ ଏତଲା ଦିଆଯାଇଥିଲା । ଏହାର କୌଣସି ତଦନ୍ତ ନହେବାରୁ ମେ’ ୨୦୧୭ରେ ପୁଲିସ ମହାନିଦେ୍ର୍ଦଶକ ଗୃହ ବିଭାଗ ଶାସନ ସଚିବଙ୍କୁ ଅଭିଯୋଗ କରାଯାଇଥିଲା । ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । କମିଶନଙ୍କ ପକ୍ଷରୁ ଏହା ଉପରେ କାରଣ ଦର୍ଶାଇବାକୁ ସରକାର ଓ ପୁଲିସକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏଭଳି କୌଣସି ଅଭିଯୋଗ ପୁଲିସ ନିକଟରେ ହୋଇନଥିବା ସଫେଇ ରଖାଯିବା ପରେ କମିଶନ ପୀଡ଼ିତାଙ୍କ ଆବେଦନପ୍ରାପ୍ତି ସ୍ୱୀକାର ଦସ୍ତାବିଜ ମାଗିଥିଲେ । ଏହା ଦାଖଲ କରାଯିବା ପରେ ଏହି ମହିଳା ଜଣକୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିଲା ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।
ଘଟଣା ଉପରେ ବିଚାର କରି କମିଶନ ନିଦେ୍ର୍ଦଶ ଦେଇଥିଲେ ଯେ ପୀଡ଼ିତା ଆଣିଥିବା ଅଭିଯୋଗରେ ସତ୍ୟତା ରହିଛି । ଡାକତାର ବିଭାଗର ପ୍ରାପ୍ତି ସ୍ୱୀକାର ଏହା ସ୍ପଷ୍ଟ କରୁଛି । ଯଥାଶୀଘ୍ର ଥାନାରେ ମାମଲା କରି ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ପ୍ରାପ୍ତି ସ୍ୱୀକାର ମିଳିବା ପରେ ଭେଡେନ୍‌ ପୁଲିସ ଡାକ ଯୋଗେ ଅଭିଯୋଗ ପାଇଛି ବୋଲି ମାନିଥିଲେ । କମିଶନ ନିଦେ୍ର୍ଦଶ ଦେବାର ଇତିମଧ୍ୟରେ ୧୧ ଦିନ ଭିତି ଯାଇଛି । ପୁଲିସ ପକ୍ଷରୁ ଏନେଇ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପୁଲିସ ହେପାଜତରେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ହତ୍ୟା ମାମଲାରେ ୩୭୬,୩୭୬ ଏ, ୩୭୬ ଡି ଅନୁସାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ ଦିଆଯାଇଥିଲା । ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀ ମୋ ସରକାର କଥା କହି ଜନତାଙ୍କୁ ଦିନ ବେଳେ ଲଣ୍ଠନ ଦେଖାଉଛନ୍ତି । ଦଳିତ ମହିଳାଙ୍କୁ ନ୍ୟାୟ ନମିଳିବା ଯାଏଁ ବରଗଡ଼ ଜିଲାର ଏହି ଘଟଣାକୁ ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*