ଭେଟିଲେ ଜୟଶଙ୍କର ୨୯ରେ ଭାରତ ଆସିବେ ଗୋଟାବାୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ
ସଦ୍ୟ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଗୋଟାବାୟା ରାଜାପାକ୍‌ସା ଆସନ୍ତା ୨୯ ତାରିଖ ଦିନ ଭାରତ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋନ୍‌ ବାର୍ତ୍ତାଳାପ ବେଳେ ଯେଉଁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା ତାହାକୁ ଗୋଟାବାୟା ଗ୍ରହଣ କରି ନଭେମ୍ବର ୨୯ ତାରିଖରେ ଭାରତ ଆସିବାକୁ ସ୍ଥିର କରିଥିବା ଜଣାପଡ଼ିଛି । ମଙ୍ଗଳବାର ପୂର୍ବ ସୂଚନା ବିନା ହଠାତ୍‌ କଲମ୍ବୋରେ ପହଞ୍ଚି ରାଷ୍ଟ୍ରପତି ଗୋଟାବାୟାଙ୍କୁ ସାକ୍ଷାତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ ବଡ଼ ସୁନ୍ଦର ସାକ୍ଷାତ ମୋର ହୋଇଛି । ଶାନ୍ତି, ପ୍ରଗତି, ସମୃଦ୍ଧି ଓ ସୁରକ୍ଷା ବିଷୟରେ ଶ୍ରୀଲଙ୍କା ଓ ଭାରତ ସହଯୋଗିତାର ସହ ଆଗେଇଯିବାର ଯେଉଁ ବାର୍ତ୍ତା ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିଲେ ତାହାକୁ ମୁଁ ରାଷ୍ଟ୍ରପତିଙ୍କୁ ଜଣାଇଥିଲି ବୋଲି ଜୟଶଙ୍କର କହିଛନ୍ତି । ପୂର୍ବ କାର୍ଯ୍ୟସୂଚୀ ବିନା ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କର କଲମ୍ବୋ ପହଞ୍ଚିବାକୁ ନେଇ କୂଟନୈତିକ ଜଗତରେ ବେଶ୍‌ ଚର୍ଚ୍ଚା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*