ଭୂମିଙ୍କ ମନ ଏବେ ଆକାଶରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

‘ଦମ୍‌ ଲଗାକେ ହୈସା’ ଫିଲ୍ମରୁ ବଲିଉଡ୍‌ରେ କ୍ୟାରିଅର୍‌ ଆରମ୍ଭ କରିଥିବା ଅଭିନେତ୍ରୀ ଭୂମି ପାଡ୍‌ନେକରଙ୍କ ମନ ଏବେ ଆକାଶରେ । କଥା କ’ଣ କି, ଏଇ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବାଲା’ ବକ୍ସ ଅଫିସ୍‌ରେ ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିଛି । ଏହା ପୂର୍ବରୁ ମଧ୍ୟ ଭୂମିଙ୍କ ଅନ୍ୟ ଏକ ଫିଲ୍ମ ୧୦୦ କୋଟି କ୍ଳବ୍‌ରେ ସାମିଲ ହୋଇଥିଲା । ଖାସ୍‌ ଏଥିପାଇଁ ଭୂମି ଅଧିକ ଖୁସି ଅଛନ୍ତି । ସେହି ଫିଲ୍ମଟି ହେଉଛି ଶ୍ରୀ ନାରାୟଣ ସିଂଙ୍କ ଦ୍ୱାରା ନିଦେ୍ର୍ଦଶିତ ‘ଟଏଲେଟ୍‌ ଏକ୍‌ ପ୍ରେମ୍‌ କଥା’ ।
ଫିଲ୍ମ ‘ବାଲା’କୁ ମିଳିଥିବା ପ୍ରତିକ୍ରିୟାରେ ଭୂମି ବେଶ୍‌ ଖୁସି ଅଛନ୍ତି । ସେ କହିଛନ୍ତି ଯେ, ଏହା ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ଅଟେ । ଯେଉଁଥିରେ କି ସମାଜ ପାଇଁ ଭଲ ବାର୍ତ୍ତା ଦିଆଯାଇଛି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମ ‘ଟଏଲେଟ୍‌ ଏକ ପ୍ରେମ୍‌ କଥା’ ମଧ୍ୟ ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମ ଥଲା ।
ଭୂମିଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ୱହ’ ଆସନ୍ତା ଡିସେମ୍ବର ୬ରେ ରିଲିଜ୍‌ ହେବାକୁଯାଉଛି । ଏଥିରେ ଭୂମିଙ୍କ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ଅନନ୍ୟା ପାନେ୍ଦ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମଟିରେ ଭୂମି କାର୍ତ୍ତିକ୍‌ଙ୍କ ପତ୍ନୀଙ୍କ ଭୂମିକାରେ ଆସୁଥିବାବେଳେ ଅନନ୍ୟା କାର୍ତ୍ତିକଙ୍କର ପ୍ରେମିକାଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମଟି ୧୯୭୮ରେ ମୁକ୍ତିଲାଭ କରିଥିବା ‘ପତି ପତ୍ନୀ ଔର ୱହ’ର ସିକ୍ୱେଲ ଅଟେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*