ଭୁବନେଶ୍ୱର ହକି ସିରିଜ ଫାଇନାଲକୁ ନେଇ ଆଶଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ଘଟଣା ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ବିଶେଷ କରି ଭାରତରେ ବଡ଼ ପ୍ରତିଯୋଗିତା ଆୟୋଜନକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଆସନ୍ତା ଜୁନ୍‌ ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ସିରିଜ ଫାଇନାଲକୁ ନେଇ ବଢିଛି ଆଶଙ୍କା । ଟୋକିଓ ଅଲିମ୍ପିକ୍‌ ସକାଶେ ଏହା ଏକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ । ଏହି ପ୍ରତିଯୋଗିତାର ଦୁଇ ଟପ୍‌ ଦଳ ଶେଷ ୭ଟି ସ୍ଥାନ ସକାଶେ ଅନ୍ୟ ୧୨ଟି ଦଳ ସହ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବେ । ଜୁନ୍‌ ୬ରୁ ୧୬ତାରିଖ ଯାଏଁ ୮ଟି ଦଳକୁ ନେଇ ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ହେବାର ଅଛି । ହେଲେ ଆନ୍ତର୍ଜାତିକ ପରିଷଦ ଭାରତରେ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ କରିବା କିମ୍ବା ଆୟୋଜନ ବାବଦରେ ଆଲୋଚନା ଉପରେ ଲଗାଇ ଦେଇଛି ବାସନ୍ଦ । ପାକିସ୍ଥାନ ଖେଳାଳିଙ୍କୁ ସୁଟିଂ ବିଶ୍ୱକପ୍‌ ପାଇଁ ଭିସା ଦିଆନଯିବା ପରେ ଏହି ପଦକ୍ଷେପ ନିଆଯାଇଛି । ହକି ଇନ୍ଦିଆ ପକ୍ଷରୁ ପରିବର୍ତ୍ତିତ ପରିସ୍ଥିତି ଉପରେ କୌଣସି ମତ ଦିଆଯାଇନଥିଲାବେଳେ ଆନ୍ତର୍ଜାତିକ ହକି ସଂଘ ବିଶ୍ୱ ଅଲିମ୍ପିକ୍‌ ସଂଘ ସହ ଏ ବିଷୟରେ ଆଲୋଚନା କରିବ ବୋଲି ଜଣାପଡିଛି । ବିଶ୍ୱ ହକି ସଂଘର ସଭାପତି ନରିନ୍ଦର ବାତ୍ରା ଭୁବନେଶ୍ୱର ପ୍ରତିଯୋଗିତାରେ ଖେଳିବାକୁ ଥିବା ଦଳଗୁଡ଼ିକ ଆରାମରେ ଭିସା ପାଇବାର ଥିବାରୁ ଏହାକୁ ଆୟୋଜନ ସକାଶେ ଗ୍ରୀନ୍‌ ସିଗନାଲ୍‌ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିବା କୁହାଯାଉଛି । ବାତ୍ରା ମଧ୍ୟ ଭାରତୀୟ ଅଲିମ୍ପିକ୍‌ ସଂଘର ସଭାପତି ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*