ଭୁବନେଶ୍ୱର ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ ଘୋଷଣା ନୁହେଁ ସଠିକ୍ ସମୟରେ କାମରେ କରି ଦେଖାନ୍ତି ମୋଦୀ ସରକାର : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସରକାରମାନେ ଘୋଷଣାରେ ବିଶ୍ୱାସ କରନ୍ତି, ମାତ୍ର ମୋଦି ସରକାର ଘୋଷଣା ନୁହେଁ ସଠିକ୍ ସମୟରେ କାମରେ କରି ଦେଖାନ୍ତି । ୨୦୧୮ରେ ମହାମହିମ ରାଷ୍ଟ୍ରପତି ଭୁବନେଶ୍ୱର ସ୍କିଲ୍‌ ଡେଭଲପମେଣ୍ଟ ଇନ୍‌ଷ୍ଟିଚୁ୍ୟଟର ଶୁଭ ଦେଇଥିଲେ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରବିବାର ଏହାର ଲୋକାର୍ପଣ ହୋଇଛି । ଓଡିଶାର ବିକାଶ ଓ ପ୍ରଗତି ପାଇଁ ଭାରତ ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ତତ୍ପର ଅଛି । ଏଥିପାଇଁ ଓଡିଆ ଲୋକମାନଙ୍କ ଆଶୀର୍ବାଦ ମୋଦୀଙ୍କ ଉପରେ ଅଛି ବୋଲି ସେ କହିଛନ୍ତି ।
ଭୁବନେଶ୍ୱର ସ୍କିଲ୍ ଡେଭଲପମେଂଟ ଇନଷ୍ଟିଚୁ୍ୟଟର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୫ ମସିହାରେ ଏପରି ଏକ ସଂସ୍ଥାର କଳ୍ପନା କରାଯାଇଥିଲା । ୨୦୧୬ ମେ ମାସରୁ ଅସ୍ଥାୟୀ କ୍ୟାମ୍ପସ ଆରମ୍ଭ ହୋଇଥିଲା । ୨୦୧୮ ମାର୍ଚ୍ଚରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ ୪୬ ଏକର ଜାଗା ଉପରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ଆଇଓସି ନେତୃତ୍ୱରେ ୭ଟି ତୈଳ କମ୍ପାନୀ ଗୁଡିକ ମିଶି ଏକ ବିଶ୍ୱସ୍ତରୀୟ ସ୍କିଲ୍ ଡେଭଲପ୍ମେଂଟ୍ ସେଂଟର ଆଜି ସମସ୍ତଙ୍କ ପ୍ରଚେଷ୍ଟା ବଳରେ ହୋଇପାରିଛି ।
ଭାରତ ୨୦୨୨ରେ ନିଜର ସ୍ୱତନ୍ତ୍ରତାକୁ ୭୫ ବର୍ଷ ପୂରା କରିବ । ସେ ସୁଦ୍ଧା ଭାରତକୁ ନୂଆକରି ତିଆରି କରିବାର ଲକ୍ଷ୍ୟ ରହିଛି । ନୂଆ ଓଡିଶା ହେଲେ ନୂଆ ଭାରତ ହେବ । ଯେବେ ଏସ୍ଡିଆଇ, ଆଇଆଇଟି, ଆଇସିଟି ଭଲ ମଣିଷ ତିଆରି କରିବେ ଏବଂ ସେହି ମଣିଷଙ୍କ ଉପରେ ନୂଆ ଭାରତ, ନୂଆ ଓଡିଶା, ନୂଆ ଖୋର୍ଦ୍ଧା କରାଯାଇପାରିବ । ଏପରି ହେଲେ ଲଢେଇ କରିଥିବା ବୀରମାନଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ । ଓଡିଶାର ଯୁବକ ମାନଙ୍କୁ ସମ୍ମାନ ସହ ନିଜ ଗୋଡରେ ଠିଆ ହୋଇ ରୋଜଗାର ଏବଂ ସ୍ୱରୋଜଗାର କରିବାରେ ଭୁବନେଶ୍ୱର ସ୍କିଲ୍ ଡେଭଲପମେଂଟ ଇନଷ୍ଟିଚ୍ୟୁଟ୍ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ଦକ୍ଷତା ଓ ପ୍ରଶିକ୍ଷଣ ଦେଇ ଚାକିରି ନୁହେଁ, ନିଜର ବ୍ୟବସାୟ କରିବାର ପ୍ରଶିକ୍ଷଣ ଏସଡିଆଇ ଭୁବନେଶ୍ୱର ଆରମ୍ଭ କରୁଛି । ଏହି ଶିକ୍ଷାନୁଷ୍ଠାନରେ ପଢିବା ପରେ ପିଲାମାନେ ମାଲିକ ବନିବାର ମଧ୍ୟ କଳ୍ପନା କରିବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କଳ୍ପନା ଆଜି ସାକାର ହୋଇଛି । ଏ ଅଂଚଳରେ ୨୦୦ ବର୍ଷ ପୂର୍ବେ ବଡ ସ୍ୱତନ୍ତ୍ରତା ସଂଗ୍ରାମୀ ହୋଇଥିଲା । ଭାରତବର୍ଷର ପ୍ରଥମ ବିଦ୍ରୋହ ଇଂରେଜ ମାନଙ୍କ ବିରୋଧରେ ଏ ମାଟି ବରୁଣେଇ ପାଦଦେଶରେ ହୋଇଥିଲା । ଶତାବ୍ଦୀ ଶତାବ୍ଦୀ ମନେରଖିବା ଭଳି ଏକ ଅନୁଷ୍ଠାନ ଆଜି ତିଆରି ହୋଇଛି । ୫ ହଜାର ପିଲାଙ୍କ ପାଇଁ ଡୁଆଲ୍ ଏଜୁକେସନ ମଡେଲରେ ପାଠ ପଢିବା ସହ କାମ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା ଆରମ୍ଭ ମାତ୍ର । ଓଡିଶାରେ ପ୍ରାୟ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ପେଟ୍ରୋଲିୟମ ଶିଳ୍ପରେ ଟଙ୍କା ଖର୍ଚ୍ଚ ହେବାର ଯୋଜନା ହୋଇଛି । ଏହି ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ମଧ୍ୟରୁ ସବୁଠୁ ବଡ କାର୍ଯ୍ୟ ପାରାଦୀପ ରିଫାଇନାରୀ ୩୪ ହଜାର କୋଟି ଟଙ୍କାରେ ପୂର୍ଣ୍ଣାଙ୍ଗ ହୋଇପାରିଛି । ଲକ୍ଷେ କୋଟି ଟଙ୍କାର କାମ ରିଫାଇନାରୀର ଖର୍ଚ୍ଚ ଏବଂ ପେଟ୍ରୋକେମିକାଲ, ପ୍ଲାଷ୍ଟିକ ଓ ଟେକ୍ସଟାଇଲର କଂଚାମାଲ ଓ ପେଟ୍କୋକରୁ ଗ୍ୟାସ୍ , ଏଲ୍ଏନ୍ଜି ଟର୍ମିନାଲ, ଏଲ୍ପିଜି ଟର୍ମିନାଲ, ଏଠିକାର ସମୁଦ୍ର ଉପକୂଳରୁ ପାରାଦୀପ ରିଫାଇନାରୀ ତଥା ବିଦେଶରୁ କ୍ରୁଡ୍ ଅଏଲ, ବିଦେଶରୁ ଏଲ୍ଏନ୍ଜି ଓଡିଶା ଆସି ପହଂଚିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟ ସେକ୍ଟର ବ୍ୟତିତ ବରୋଦା’ର ଆଇଟିଆଇ ଏସଡିଆଇ ସାଙ୍ଗରେ ବୁଝାମଣା କରିଛି । ସେଠାକାର ରିଫାଇନାରୀରେ ଯେଉଁ ମାନବ ସମ୍ବଳ ଲାଗିବ, ବରୋଦା’ର ଆଇଟିଆଇ ଏବଂ ଭୁବନେଶ୍ୱରର ଏସଡିଆଇ ମିଶି ଦେଶ ପାଇଁ ମାନବ ସମ୍ବଳ ତିଆରି କରିବେ । ଏଠିକାର ପିଲା ଆଗାମୀ ଦିନରେ ଆରବ ଅଂଚଳକୁ ଯାଇ ତୈଳ ଓ ଶକ୍ତି ଶିଳ୍ପରେ କାମ କରିବ, ବିଦେଶକୁ ଯାଇ ମଧ୍ୟ କରିବ । ସେହିଭଳି ବିଶ୍ୱସ୍ତରର ପ୍ରଶିକ୍ଷକ ଏ ଇନଷ୍ଟିଚ୍ୟଟରେ ଦିଆଯିବ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*