ଭୁବନେଶ୍ୱର ବାଲିଯାତ୍ରାର ଭୂମିପୂଜା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପଟିଆ ବନ୍ଧର ଜରିପାଟଣା ସ୍ଥିତ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ଭୁବନେଶ୍ୱର ବାଲିଯାତ୍ରା ତୃତୀୟ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ସୋମବାର ବାଲିଯାତ୍ରାର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବତନ ସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ଅଭୟ ବଡଜେନା କର୍ତ୍ତା ହୋଇ ପୂଜାରେ ବସିଥିଲେ । ମଞ୍ଚେଶ୍ୱର ଗ୍ରାମର ସଭାପତି ରସାନନ୍ଦ ରାଉତ, ଜରିପାଟଣା ଗ୍ରାମର ସଭାପତି ଲକ୍ଷ୍ମୀଧର ପରିଡା, ପ୍ରଦୀପ ପରିଡା, ଦୀପକ୍ ତ୍ରିପାଠୀ, ପ୍ରଭୃତିଙ୍କ ଉପସ୍ଥିତିରେ ସଂକୀର୍ତ୍ତନ, ଝାଞ୍ଜ, ମହୁରୀ, ଶଙ୍ଖଧ୍ୱନୀରେ ହୋମ କାର୍ଯ୍ୟ ସଂପନ୍ନ ହୋଇଥିଲା । ଜଳେଶ୍ୱରଙ୍କର ଆଜ୍ଞାମାଳ, ସନ୍ତୋଷ ନାଥ ଆଣି ପତାକା ପୋତିଥିଲେ । ମଞ୍ଚନାଥଙ୍କ ଆଜ୍ଞାମାଳ ଅକ୍ଷୟ ବେହାରାଙ୍କ ନେତୃତ୍ୱରେ ଆସି ଭୂମିପୂଜା ପରିସରରେ ସ୍ଥାପନ କରାଯାଇଥିଲା । ଲକ୍ଷେଶ୍ୱରଙ୍କ ଆଜ୍ଞାମାଳ ମଧ୍ୟ ଆସିଥିଲା । ଆସନ୍ତା ୧୨ ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱର ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*