ଭୁବନେଶ୍ୱର ଉପରେ ଏଡେଲ୍‌ୱିସର ବିଶେଷ ଦୃଷ୍ଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବେତନଭୋଗୀ, ପେଷାଦାର ଓ ଧନୀକ ଭାରତୀୟଙ୍କୁ ଆର୍ଥିକ ସେବା ଓ ଉପଦେଶ ପ୍ରଦାନ କରୁଥିବା ଏଡେଲୱିସ୍‌ ଗ୍ଳୋବାଲ ଇନଭେଷ୍ଟମେଣ୍ଟ ଆଡଭାଇଜରୀ ଓଡ଼ିଶା ବଜାର ବିଶେଷ କରି ଭୁବନେଶ୍ୱର ବଜାର ଉପରେ ଅଧିକ ଦୃଷ୍ଟି ଦେଉଛି । ଆଗାମୀ ଦିନରେ ଭୁବନେଶ୍ୱରରେ ଆଉ ଦୁଇଟି ଓ ଓଡ଼ିଶାରେ ଆଉ ଦୁଇଟି ଶାଖା ଖୋଲିବ ବୋଲି କହିଛନ୍ତି କମ୍ପାନୀର ମୁଖ୍ୟ ପର୍ସନାଲ୍‌ ଉପଦେଷ୍ଟା ରାହୁଲ ଜୈନ ।
ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭୁବନେଶ୍ୱରରେ ମୋବାଇଲ୍‌ ଆପ୍‌ ମାଧ୍ୟମରେ ନିବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କମ୍ପାନୀ ଭୁବନେଶ୍ୱରରେ ବାର୍ଷିକ ଭିତ୍ତିରେ ୧୭୭ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ରାଜସ୍ୱ ଅଭିବୃଦ୍ଧି ଏବଂ ନିବେଶକଙ୍କ ସଂଖ୍ୟାରେ ମଧ୍ୟ ଜାତୀୟ ଅଭିବୃଦ୍ଧି ହାରଠାରୁ ଭୁବନେଶ୍ୱର ଅଭିବୃଦ୍ଧି ଅଧିକ ରହିଛି । ତେଣୁ ଏଠାରେ ନିବେଶକଙ୍କୁ ଅଧିକ ଫାଇଦାଯୁକ୍ତ ପରାମର୍ଶ ଦେବା ପାଇଁ କମ୍ପାନୀ ପକ୍ଷରୁ ବିଶେଷ ଉଦ୍ୟମ କରାଯାଉଛି । ବର୍ତ୍ତମାନ ସମ୍ପତ୍ତି ପରିଚାଳନା କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖାଦେଇଥିବାରୁ ନିବେଶକଙ୍କ ସ୍ୱପ୍ନକୁ ସାର୍ଥକ କରିବା ଏବଂ ଭାରତକୁ ୫ ଟି୍ରଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବାର ଯୋଜନାକୁ ସଫଳ କରିବା ପାଇଁ ଆମେ ଉଦ୍ୟମ କରୁଛୁ । ଗ୍ରାହକଙ୍କ ପାଇଁ ନିବେଶ କ୍ଷେତ୍ରରେ ତ୍ୱରିତ ଓ ଅଭିନବ ସମାଧାନ ପ୍ରଦାନ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*