ଭୁବନେଶ୍ୱରରେ ୨୦୨୦ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ପ୍ରସ୍ତୁତି ଧାରାକୁ ନେଇ ସନ୍ତୋଷ ବ୍ୟକ୍ତ କଲା ଫିଫା ଟିମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଆସନ୍ତାବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଫୁଟବଲ ଦୁନିଆର ଅନ୍ୟତମ ବଡ଼ ପ୍ରତିଯୋଗିତା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ । ଆମ କଳିଙ୍ଗ ଷ୍ଟାଡ଼ିୟମରେ ସେହି ପ୍ରତିଯୋଗିତାର କିଛି ମ୍ୟାଚ୍‌ ଆୟୋଜିତ ହେବାର ରହିଛି । ଏଥି ସହ ଦେଶର ଆହୁରି ଅନେକ ସ୍ଥାନ ଯେପରି ଗୌହାଟୀ, କୋଲକାତା ଏବଂ ପାନାଜୀ ଠାରେ ମଧ୍ୟ ଏହାର ଆୟୋଜନ ହେବ । ଏହି ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍‌ ପାଇଁ ଫିଫା ପକ୍ଷରୁ ପ୍ରକଳ୍ପ ନିଦେ୍ର୍ଦଶକ ଭାବେ ଓଲିଭର ଭୋଗଟଙ୍କୁ ଦିଆଯାଇଛି ନିଯୁକ୍ତି । ତାଙ୍କ ନେତୃତ୍ୱରେ ଫିଫା ଏବଂ ଭାରତର ଆୟୋଜକ କମିଟିର ଏକ ପ୍ରତିନିଧି ଦଳ ଏବେ ଦେଶର ବିଭିନ୍ନ ଭାଗ ଭ୍ରମଣ କରୁଛନ୍ତି ପ୍ରସ୍ତୁତିଧାରାର ସମୀକ୍ଷା କରିବା ପାଇଁ । ଶୁକ୍ରବାର ଦିନ ଓଲିଭରଙ୍କ ନେତୃତ୍ୱରେ ସେହି ପ୍ରତିନିଧି ମନ୍ଦଳୀ କଳିଙ୍ଗ ଷ୍ଟାଡ଼ିୟମରେ ପହଞ୍ଚି ଖାସ୍‌ ଏହି ବିଶ୍ୱକପ୍‌ ସକାଶେ କରାଯାଉଥିବା ପ୍ରସ୍ତୁତିର ଧାରାକୁ ଅବଲୋକନ କରିଥିଲେ । ତାଙ୍କ ସହ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ ଦେବ ଏବଂ ଟୁର୍ଣ୍ଣାମେଣ୍ଟ ନିଦେ୍ର୍ଦଶକ ରୋମା ଖାନ୍ନା ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ ଧାରା ଦେଖିବା ପରେ ପ୍ରସ୍ତୁତିକୁ ନେଇ ବଡ଼ ସନ୍ତୋଷ ପ୍ରକାଶ କରିଛନ୍ତି ଫିଫାର ପ୍ରକଳ୍ପ ମୁଖ୍ୟ ଓଲିଭର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଆମେ ଜାଣିଛୁ ଭୁବନେଶ୍ୱର ସହର ଖେଳକୁ ନେଇ ଅତ୍ୟନ୍ତ ଭାବେ ଉତ୍ସାହିତ । ଏଠାରେ ହକି ବିଶ୍ୱକପ୍‌ ଆୟୋଜିତ ହୋଇସାରିଛି । ବର୍ତ୍ତମାନର ସମୟ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରିବାର । ଯଦି ଭୁବନେଶ୍ୱରକୁ ବଛାଯିବ ତାହେଲେ ମୋର ପୂର୍ଣ୍ଣ ବିଶ୍ୱାସ ଏଠାରେ ମ୍ୟାଚ୍‌ ଗୁଡ଼ିକ୍‌ ଅତ୍ୟନ୍ତ ସଫଳ ରହିବ । ଏ ସାମ୍ବାଦିକ ସମ୍ମିଳନୀରେ ବିଶାଳ ଦେବ କହିଥିଲେ ରାଜ୍ୟ ସରକାର ଏହି ବିଶ୍ୱକପ୍‌ ଆୟୋଜନ ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦୨୦ ପ୍ରଥମ କ୍ୱାର୍ଟର ଭିତରେ ଆମେ ଭିତ୍ତିଭୂମି ଉନ୍ନତିକରଣ ତଥା ନୂଆ ଭିତ୍ତିଭୂମି ନିର୍ମାଣର କାମ ସମ୍ପୂର୍ଣ୍ଣ କରିଦେବୁ । ପ୍ରତିଯୋଗିତାର ନିଦେ୍ର୍ଦଶକ ରୋମା ଖାନ୍ନା କହିଥିଲେ ଅନେକ କିଛି କାମ ଭିତ୍ତିଭୂମିକୁ ନେଇ କରାଯିବାକୁ ଅଛି । ହେଲେ ଆମମାନଙ୍କ ବିଶ୍ୱାସ ରହିଛି ଭୁବନେଶ୍ୱର ତାହା ସମୟରେ ଶେଷ କରିଦେବ । ରାଜ୍ୟ ସରକାର ଏପରି ଏକ ପ୍ରତିଯୋଗିତା ସକାଶେ ବଡ଼ ସହାୟତା ଦେଉଥିବାରୁ ସେ ଏହାର ପ୍ରଶଂସା କରିଥିଲେ । ପୂର୍ବରୁ କୋଲକାତା ଏବଂ ଗୌହାଟି ଦେଖି ସାରିଥିବା ଏହି ପ୍ରତିନିଧି ମନ୍ଦଳୀ ଶନିବାର ଅହମ୍ମଦାବାଦ ଭିତ୍ତିଭୂମି ତଦାରଖ କରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*