ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶାକୁ ୨ଦିନିଆ ଗସ୍ତରେ ଆସି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚôଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଦମ୍ପତ୍ତିଙ୍କ ସହିତ ଆସିଥିବା ଉଚ୍ଚ ଅଧିକାରୀ ଦଳ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଅବତରଣ କରିଥିଲେ । ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ତା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବା ସହ ସ୍ୱାଗତ କରାଯାଇଛି । ବିମାନ ବନ୍ଦରଠାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଅନ୍ତରିଣ ପୁଲିସ ଡିଜିପି ସତ୍ୟଜିତ୍‌ ମହାନ୍ତି ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ ।
ବିମାନବନ୍ଦରଠାରୁ ରାଷ୍ଟ୍ରପତି ଧର୍ମପତ୍ନୀ ସବିତା କୋବିନ୍ଦଙ୍କ ସହ ସିଧାସଳଖ ରାଜଭବନ ଯାଇଥିଲେ । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତିଙ୍କୁ ରାଜଭବନ ପର୍ଯ୍ୟନ୍ତ ନିଆଯାଇଥିଲା । ରାଜଭବନରେ ରାତ୍ରି ଭୋଜନ ସହିତ ଅବସ୍ଥାନ କରିବେ । ରବିବାର ଦିନ ସକାଳ ୯ଟା ୫୦ରେ ରାଷ୍ଟ୍ରପତି ଖୋର୍ଦ୍ଧା ଅଭିମୁଖେ ବାହାରିବେ । ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଖୋର୍ଦ୍ଧା ଗୋଶାଳା ହେଲିପ୍ୟାଡରେ ପହଞ୍ଚôବେ । ହେଲିପ୍ୟାଡରୁ ବରୁଣେଇ ପାହାଡରେ ନିର୍ମିତ ହେଉଥିବା ଶହୀଦ ସ୍ମୃତି ସ୍ମାରକୀର ଶିଳାନ୍ୟାସ କରିବେ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ବୀର ପାଇକମାନଙ୍କ ଉଦେ୍ର୍ଦଶରେ ସ୍ଥାପିତ ହେଉଥିବା ଏହି ଐତିହାସିକ ସ୍ମୃତି ସ୍ମାରକୀର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରିଆସି ଉକôଳ ବିଶ୍ୱ ବିଦ୍ୟାଳୟ ପ୍ଳାଟିନିୟମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଦିକ୍ଷ୍ୟାନ୍ତ ଭାଷଣ ରଖିବେ । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ପୁନଃର୍ବାର ରାଜଭବନକୁ ଫେରିବେ । ସେଠାରେ ମଧ୍ୟାହ୍ଣ ଭୋଜନ କରିବେ । କିଛି ସମୟ ବିଶ୍ରାମ ପରେ ଅପରାହ୍ଣରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*