ଭୁବନେଶ୍ୱରରେ ଖୋଲିଲା ଜାୱା ମୋଟରସାଇକଲ୍ର ପ୍ରଥମ ଡିଲରସିପ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
କ୍ଲାସିକ୍ ଲିଜେନ୍ଦସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ଜାୱା ମୋଟରସାଇକଲ୍ର ପ୍ରଥମ ଡିଲର୍ସିପ୍ ଉନ୍ମୋଚିତ ହୋଇଯାଇଛି । ଏହି ନୂତନ ଡିଲରସିପ୍ଟି ପାହାଳସ୍ଥିତ ଉକ୍ରଳ ହୁନ୍ଦାଇ ସୋ’ରୁମ୍ ପାଖରେ ଖୋଲିଛି । ଭୁବନେଶ୍ୱରରେ ନୂତନ ଆଉଟଲେଟ ଖୋଲିବା ପରେ ସାରା ଭାରତରେ ମୋଟ ଡିଲରସିପ୍ ସଂଖ୍ୟା ୫୯ରେ ପହଂଚିଛି ।
ଏହି ସୋ’ରୁମ ଉନ୍ମୋଚନ ଅବସରରେ କ୍ଲାସିକ୍ ଲିଜେନ୍ଦସ୍ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଯୋଶୀ କହିଛନ୍ତି ଯେ, “କ୍ଲାସିକ୍ ଲିଜେନ୍ଦସ୍ର ଜାୱା ମୋଟରସାଇକଲ୍ ପ୍ରଥମ ଡିଲରସିପ୍କୁ ଭୁବନେଶ୍ୱରକୁ ଆଣିବା ମୋତେ ଗର୍ବିତ କରିଛି । ଯେବେଠାରୁ ଉନ୍ମୋଚନ ହୋଇଛି, ଜାୱା ଜବରଦସ୍ତ ସମର୍ଥନ ହାସଲ କରିବା ସହିତ ବିପୁଳ ପରିମାଣର ଅନ୍ଲାଇନ ବୁକିଙ୍ଗ ପାଇଛି ଏବଂ ଆମେ ବହୁତ ଆଶାବାଦୀ ଯେ ଆମେ ସହରର ମୋଟରସାଇକଲ୍ ଉତ୍ସାହୀଙ୍କୁ ଆମର ମଡର୍ଣ୍ଣ କ୍ଲାସିକ୍ ଭେଟିଦେବୁ । ବ୍ରାନ୍ଦ୍ ଏବଂ ବିକ୍ରି କ୍ଷେତ୍ରରେ ଆାମେ ଗ୍ରାହକଙ୍କ ପାଇଁ ଉକ୍ରୃଷ୍ଟ ଅନୁଭୂତି ଗଠନ କରିବା ଦିଗରେ କାମ କରୁଛୁ । ନଭେମ୍ବରରେ ଜାୱା ଉନ୍ମୋଚନ ହେବା ପରଠାରୁ ଆମେ ଯେଉଁଭଳି ଭାବେ ଭଲ ପାଇବା ଏବଂ ନିବିଡ଼ତା ହାସଲ କରିଛୁ, ଏହା ଆମର କର୍ତ୍ତବ୍ୟ ଯେ ଆମେ ଶିଳ୍ପର ପ୍ରଥମ ବ୍ୟବସ୍ଥାକୁ ଗ୍ରହଣ କରିବୁ ଯାହା ଦେଶରେ ପ୍ରିମିୟମ ମୋଟରସାଇକଲ୍ ବିକ୍ରିର ପଥ ବଦଳାଇଦେବ, କାରଣ ଆମେ ମାର୍ଚ୍ଚ ମାସଠାରୁ ଡେଲିଭରି ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଯାଇଛୁ । ଆମେ ବହୁତ ଉତ୍ସାହିତ ଯେ ଶିଳ୍ପର ପ୍ରଥମ ଧରଣର ଏକ୍ସଚେଂଜ୍ ପ୍ରୋଗ୍ରାମ୍ ଏବଂ ସର୍ବବୃହତ ଆର୍ଥିକ ସହଯୋଗିତା ସହିତ ଏହି ଅନୁଭୂତି ଗଠନ କରିବା ଦିଗରେ ଆମେ ସଠିକ୍ ପଦକ୍ଷେପ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିସାରିଲୁଣି । ଜାୱା ଅନୁଭୂତି ହାସଲ କରିବା ନିମନ୍ତେ ମୁଁ ସମସ୍ତଙ୍କୁ ଏହି ସୋ’ ରୁମ ପରିଦର୍ଶନ କରିବାକୁ ନିବେଦନ ଦେଉଛି ।’’ ଜାୱା ଓ ଜାୱା ଫର୍ଟି ଟୁ ହେଉଛନ୍ତି ବ୍ରାନ୍ଦ୍ର ନୂଆ ଅଗ୍ରଦୂତ, ଯାହା ଜାୱା ରେଟ୍ରୋ କୁଲ୍ ଟ୍ୱିଷ୍ଟ୍ ସହିତ ଜାୱାର କ୍ଲାସିକ୍ ଭାବକୁ ଫେରାଇ ଆଣିଛନ୍ତି । ଏହି ଆଧୁନିକ ମେସିନ୍ଗୁଡ଼ିକରେ ଜାୱାର ଅସଲି ଚରିତ୍ର ରହିଛି ଯାହା ହେଊଛି ପ୍ରଦର୍ଶନ, ଦକ୍ଷତା ଏବଂ ମାନର ସନ୍ତୁଳନ । ସମ୍ପୂର୍ଣ୍ଣ ନୂଆ ୨୯୩ ସିସି, ଲିକ୍ୱିଡ୍ କୁଲ୍ଡ ସିଙ୍ଗଲ ସିଲିନ୍ଦର, ଡିଓଏଚ୍ସି ଇଂଜିନ୍ ଏକ ଡବଲ୍ କ୍ରାଡେଲ୍ ଚେଚିସ୍ ସହିତ କ୍ଲାସିକ୍ ଗାଡ଼ି ଚାଳନାର ରୋମାଂଚ ଆଣିଦେବ, ଯାହା ଜାୱାକୁ ଆଧୁନିକ କ୍ଲାସିକ୍ରେ ପରିଣତ କରିଛି । ଜାୱା ଓ ଜାୱା ଫର୍ଟି ଟୁର ମୂଲ୍ୟ ଯଥାକ୍ରମେ ୧,୬୭,୦୦୦ ଟଙ୍କା ଓ ୧,୫୮,୦୦୦ ଟଙ୍କା ରହିଛି (ଏକ୍ସ ସୋ’ରୁମ୍, ଭୁବନେଶ୍ୱର) ଏବଂ ଡୁଆଲ୍ ଚାନେଲ ଏବିଏସ୍ ଭାରିଆଂଟ୍ର ମୂଲ୍ୟ ଯଥାକ୍ରମେ ୧,୭୫,୯୪୨ ଟଙ୍କା ଏବଂ ୧୬୬,୯୪୨ ଟଙ୍କା ରହିଛି । ସୋ’ରୁମ୍ରେ ବୁକିଙ୍ଗ୍ ଆରମ୍ଭ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*