ଭିନ୍ନ ଲୁକ୍‌ରେ ଇମ୍ରାନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ ଅଭିନେତା ଇମ୍ରାନ୍‌ ହାସ୍‌ମୀ ନିଜର ଆଗାମୀ ଫିଲ୍ମ ‘ହରାମୀ’ର ପ୍ରଥମ ଲୁକ୍‌ ସେୟାର କରିଛନ୍ତି । ଏଥିରେ ଇମ୍ରାନ୍‌ ବିଲ୍‌କୁଲ ନୂଆ ଅବତାରରେ ନଜର ଆସୁଛନ୍ତି । ଇମ୍ରାନ୍‌ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ନୂଆ ଅବତାରରେ ଦେଖାଯାଉଛନ୍ତି । ଫଟୋରେ ଇମ୍ରାନ୍‌ ଲମ୍ବା କେଶ ସହ ଦାଢ଼ୀ ବଢ଼ାଇଥିବା ବେଳେ ଚଷମା ଏବଂ ସୁନା ଚେନ୍‌ ପିନ୍ଧିଛନ୍ତି । ଇମ୍ରାନ୍‌ଙ୍କ ଏହି ନୂଆ ଲୁକ୍‌ ଦେଖି ତାଙ୍କ ବନ୍ଧୁ ଏବଂ ପ୍ରଶଂସକ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
‘ହରାମୀ’ ଫିଲ୍ମଟି ଶ୍ୟାମ ମାଦିରାଜୁ ଦ୍ୱାରା ଲିଖିତ ଏବଂ ନିଦେ୍ର୍ଦଶିତ ଏକ ଇନେ୍ଦା-ଆମେରିକାନ୍‌ ପ୍ରଡକ୍ସନ୍‌ ଅଟେ । ଫିଲ୍ମକୁ ପ୍ରତିଷ୍ଠିତ ବୁସାନ ଇଣ୍ଟରନ୍ୟାସନ୍ୟାଲ ଫିଲ୍ମ ଫେଷ୍ଟିଭାଲରେ ୨୦୨୦ରେ ମୁଖ୍ୟ ପ୍ରତିଯୋଗିତା ବିଭାଗ(ନୁ୍ୟ ହରାଇଜନ୍ସ) ଲାଗି ମଧ୍ୟ ଚୟନ କରାଯାଇଛି । ସୂଚନା ଥାଉ ଯେ, କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ କେବଳ ଭେନିସ୍‌ ଫିଲ୍ମ ଫେଷ୍ଟିଭାଲ ଏବଂ ବୁସାନ୍‌ ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ନିଦେ୍ର୍ଦଶକ ଶ୍ୟାମ୍‌ଙ୍କ କହିବା ମୁତାବକ, ‘ହରାମୀ’ର ସୁଟିଂ ମୁମ୍ବାଇର ଗଳିକନ୍ଦିରେ କରାଯାଇଥିବା ବେଳେ ଏଥିରେ ଆମେରିକା, ୟୁକେ, ଡେନ୍‌ମାର୍କ ଏବଂ ଦକ୍ଷିଣ ଆଫ୍ରିକାରୁ ବଛାଯାଇଥିବା ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଟ୍ୟାଲେଣ୍ଟେଡ୍‌ ଇଣ୍ଟରନ୍ୟାସ୍‌ନାଲ କ୍ରୁ-ମେମ୍ବର କାମ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଇମ୍ରାନ୍‌ଙ୍କ ଆଗାମୀ ଫିଲ୍ମ ମଧ୍ୟରେ ରହିଛି ‘ଚେହେରେ’ ଏବଂ ‘ମୁମ୍ବାଇ ସାଗା’ । ମୁମ୍ବାଇ ସାଗାରେ ଇମ୍ରାନ୍‌ ଜନ୍‌ ଆବ୍ରାହମ୍‌ଙ୍କ ସହ ନଜର ଆସୁଥିବାବେଳେ ‘ଚେହେରେ’ରେ ଅମିତାଭ ବଚ୍ଚନଙ୍କ ସହ ସେ ଅଭିନୟ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*