ଭିକ ମାଗି ରଖିଥିଲେ ଟଙ୍କା ପଇସା ଉଠାଇବା ପରେ ବ୍ୟାଙ୍କ ଖାଲି

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ବେରୁଟ
ସାଧାରଣତଃ ଭିକ ମାଗି ପେଟ ପୋଷୁଥିବା ବ୍ୟକ୍ତିମାନେ ବ୍ୟାଙ୍କରେ ଟଙ୍କା ଜମା ରଖୁଥିବେ ଏହା ବିଶ୍ୱାସ କରି ହେଉନାହିଁ । ହେଲେ ଲେବାନନର ଏହି ଭିକ ମାଗୁଥିବା ମହିଳାଙ୍କ କାହାଣୀ ଏହା ପ୍ରମାଣିତ କରୁଛି ଯେ, ସେ ଗରିବ ନୁହଁନ୍ତି କି କାହା ଉପରେ ନିର୍ଭରଶୀଳ ନୁହଁନ୍ତି ।
ଲେବାନନର ଏହି ମହିଳା ଜଣଙ୍କ ଭିକ ମାଗି ସଂଗ୍ରହ କରୁଥିବା ଅର୍ଥକୁ ବ୍ୟାଙ୍କରେ ଜମା ରଖୁଥିଲେ । ତାଙ୍କ ବ୍ୟାଙ୍କରେ ମୋଟ୍‌ ଜମା ଥିଲା ୬.୩୮ କୋଟି ଟଙ୍କା । ଯେତେବେଳେ ସେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଗଲେ ସେତେବେଳେ ବ୍ୟାଙ୍କ ନିକଟରେ ଏତେ ଟଙ୍କା ନଥିଲା । ଏକରକମ ବ୍ୟାଙ୍କ ଖାଲି ହୋଇଯାଇଥିଲା । ବଫା ମହମ୍ମଦ ନାମ୍ନୀ ଏହି ମହିଳା ସିଦୋନ ସହରର ଏକ ପ୍ରତିଷ୍ଠିତ ଡାକ୍ତରଖାନା ଆଗରେ ଗତ ୧୦ ବର୍ଷରୁ ଅଧିକ ସମୟ ଧରି ଭିକ ମାଗିଆସୁଥିଲେ । ହେଲେ କେହି ଜାଣନ୍ତି ନାହିଁ ଯେ, ପୂର୍ବରୁ ସେ ଜଣେ କୋଟିପତି । ନିକଟରେ ବଫା ନିଜ ଜମା ଟଙ୍କାକୁ ଆଉ ଏକ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଯାଇଥିଲେ । ଆଉ ସେତେବେଳେ ବ୍ୟାଙ୍କ ଆଗରେ ଟ୍ରାନ୍ସଫର ପାଇଁ ନଗଦୀ ସମସ୍ୟା ଦେଖାଦେଇଥିଲା । ଯେତେବେଳେ ମହିଳାଙ୍କ ଏହି କାହାଣୀ ଓ ତାଙ୍କର ବ୍ୟାଙ୍କ ବାଲାନ୍ସ କଥା ସୋସିଆଲ ମିଡିଆରେ ଭାଇରାଲ ହେଲା ସେତେବେଳେ ଗଣମାଧ୍ୟମର ଭିଡ଼ ଲାଗିଥିଲା ମହିଳାଙ୍କ ନିକଟରେ । ଆଉ ମହିଳା ଜଣଙ୍କ କହିଥିଲେ ଯେ, ଭିକ ମାଗିମାଗି ମୁଁ ଏହି ଟଙ୍କା ଜମା କରିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*