ଭାରତୀୟ ମଜଦୁର ସଂଘର ସମାବେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବାରିପଦାର ଛଉ ପଡ଼ିଆଠାରେ ଭାରତୀୟ ମଜଦୁର ସଂଘ ମୟୂରଭଞ୍ଜ ଶାଖାର ସମାବେଶ ଅନୁଷ୍ଠିତ ହୋଇଥିଲା । ନିଗମାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ରାଜ୍ୟ ଉପସଭାପତି ପୃଥିରାଜ ପନ୍ଦା, ସଞ୍ଜୟ ସାମଲ, ଶୁଭଶ୍ରୀ ମହାନ୍ତି, ସୁକାନ୍ତୀ ସାହୁ, ବନାନୀ ମହାନାୟକ ପ୍ରମୁଖ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅଙ୍ଗନୱାଡି ଓ ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀ କରିବା, ପାଚିକାମାନଙ୍କର ସମସ୍ୟା ସମାଧାନ କରିବା, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଧାର୍ଯ୍ୟ ସର୍ବନିମ୍ନ ବେତନ ପ୍ରଦାନ କରିବାକୁ ବକ୍ତାମାନେ ଦାବି କରିଥିଲେ । ଭାରତୀୟ ମଜଦୁର ସଂଘକୁ ଅଧିକ ସୁଦୃଢ଼ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*