ଭାରତୀୟ ବିଜ୍ଞାପନ ଶିଳ୍ପର ଭବିଷ୍ୟତ ଉଜ୍ଜ୍ୱଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ଥାନୀୟ ଇନଷ୍ଟିଚୁ୍ୟଟ୍ ଅଫ୍‌ ମିଡ଼ିଆ ଷ୍ଟଡ଼ିଜ୍ ଆନୁକୁଲ୍ୟରେ “ଭାରତୀୟ ବିଜ୍ଞାପନ ଶିଳ୍ପରେ ଭାବନା ଶକ୍ତିର ରାଜୁତି” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ ଯୋଗଦେଇ ଅଲଟରନେଟିଭ୍ ଆସୋସିଏଟ୍ର ମୁଖ୍ୟ ପରିଚାଳକ ଓମ ପ୍ରକାଶ ଧଳ କହିଥିଲେ ଯେ ବିଜ୍ଞାପନ ଏବଂ ଗଣମାଧ୍ୟମ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ସଦୃଶ । ବିନା ବିଜ୍ଞାପନରେ କୌଣସି ଗଣମାଧ୍ୟମ ସଂସ୍ଥା ତିଷ୍ଠିପାରିବ ନାହିଁ କାରଣ ଏହା ଅନୁଷ୍ଟାନର ଇନ୍ଧନ ସ୍ୱରୁପ । ସେହିପରି ପ୍ରଭାବଶାଳୀ ବିଜ୍ଞାପନ ଗୁଡ଼ିକ ଭିନ୍ନ ଭିନ୍ନ ଭାବନା ଓ ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ହୋଇଥାଏ । ଜଣେ ବିଜ୍ଞାପନଦାତା ସର୍ବଦା ଗ୍ରାହକମାନଙ୍କୁ ଆଖିଆଗରେ ରଖି ବିଜ୍ଞାପନ ପ୍ରସ୍ତୁତ କରିଥାନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ଏ ଶିଳ୍ପରେ ଯୋଗ ଦେବା ପାଇଁ ଆହ୍ୱାନ ଦେଇ କହିଥିଲେ ଯେ ଭାରତୀୟ ବଜାରରେ ବିଜ୍ଞାପନ ଶିଳ୍ପର ବିକାଶ ଦିନକୁ ଦିନ ଊଦ୍ଧ୍ୱର୍ର୍ଗାମୀ ହେଉଛି । ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଗଣମାଧ୍ୟମ ଅନୁଷ୍ଠାନ ଅପେକ୍ଷା ବିଜ୍ଞାପନ ସଂସ୍ଥାମାନଙ୍କରେ ଆର୍କଷଣୀୟ ଦରମା ସହ ନିଯୁକ୍ତିର ସୁଯୋଗ ରହିଛି ବୋଲି ସେ କହିଥିଲେ ।
ସୋଆ ଏଫ୍ଏମ୍ ରେଡ଼ିଓର ଆର.ଜେ. କେ.ପି. ଏଥିରେ ଯୋଗଦେଇ କହିଥିଲେ ଯେ ବିଜ୍ଞାପନ କେବଳ ଖବରକାଗଜ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ସୀମିତ ନୁହେଁ । ଏହାର ପରିସର ବ୍ୟାପକ ଏବଂ ବହୁମୁଖୀ । ତନ୍ମଧ୍ୟରୁ ରେଡ଼ିଓ ବା ବେତାରର ପ୍ରଭାବ ଅଧିକ ଏବଂ ଦୀର୍ଘସ୍ଥାୟୀ । କାରଣ ରେଡ଼ିଓରେ ଆମେ ଶୁଣିବା ଉପରେ ଗୁରୁତ୍ୱ ଦେଇଥାଉ ଯାହା ଶ୍ରୋତାମାନଙ୍କର ଭାବାବେଗକୁ ଛୁଇଁଥାଏ । ସେଥିପାଇଁ ସୃଜନଶୀଳତା ଓ ଭିନ୍ନ ଭାବିବାର ଦକ୍ଷତା ନିତାନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସେହିପରି ୯୨.୭ ବିଗ ଏଫ୍ଏମ୍ର ଆରଜେ ଗୁଡ଼ି (ରିତୁପର୍ଣ୍ଣା ମହାପାତ୍ର) ଯୋଗଦେଇ କହିଥିଲେ ଯେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଗୁଡ଼ିକ ଗ୍ରାହକ ମାନେ ଦେଖୁଛନ୍ତି ଯାହାଫଳରେ ସହଜରେ ଆର୍କଷିତ ହୋଇଥାନ୍ତି । ଠିକ୍ ସେହିଭଳି ଢଙ୍ଗରେ ରେଡ଼ିଓର ବିଜ୍ଞାପନକୁ ଅନୁଭବ କଲାଭଳି ଉପସ୍ଥାପନ କରିବା ଆବଶ୍ୟକ । ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜୁଥିବାବେଳେ ନୂତନ ଭାବନା ଏବଂ ଚିନ୍ତାଧାରା ସୃଷ୍ଟି ହୁଏ ଯାହା ଅନ୍ୟମାନଙ୍କଠାରୁ ନିଜକୁ ପୃଥକ କରାଏ । ରେଡ଼ିଓ ବିଜ୍ଞାପନରେ ମଧ୍ୟ ନୂତନ ଭାବନା ଏବଂ ସୃଜନଶୀଳତା ଏକ ବଡ଼ ଭୂମିକା ନିର୍ବାହ କରିଥାଏ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ସିଗନେଚର୨୪ ପ୍ରଡ଼କସନସ୍ର ପ୍ରତିଷ୍ଠାତା ନିଦେ୍ର୍ଧଶିକା ଜୋୟିତା ରୟ ସାମାଜିକ ଓ ଡ଼ିଜିଟାଲ ଗଣମାଧ୍ୟମରେ ବିଜ୍ଞାପନର ଚାହିଦା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଜିର ଇଣ୍ଟରନେଟ ଏବଂ ଡ଼ିଜିଟାଲ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ନିଜର ଆତ୍ମପ୍ରଚାର ଓ ପ୍ରସାର କରିବା ସହ ନିଜକୁ ଏକ ସାମାଜିକ ପ୍ରାଣୀ ବୋଲି ସହଜରେ ବିବେଚିତ କରିପାରିବ, ଯାହା ଏକ ଖୋଲା ସମାଜ ପ୍ରତିଷ୍ଠା କରିବାରେ ସହାୟକ ହେବ । ସେଥିପାଇଁ ଡ଼ିଜିଟାଲ ଗଣମାଧ୍ୟମ କ୍ଷେତ୍ରରେ ବିଜ୍ଞାପନ ଶିଳ୍ପର ଚାହିଦା ଏବଂ ସୁଯୋଗ ପ୍ରଯ୍ୟାପ୍ତ ରହିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିଦେ୍ର୍ଧଶକ ଉପେନ୍ଦ୍ର ପାଢୀ, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*