ଭାରତୀୟ ବାୟୁସେନା ଆକ୍ରମଣରେ ବଲିଉଡରେ ଖୁସିର ଲହରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଭାରତ ଫେବୃଆରୀ ୧୪ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇଛି । ଭାରତୀୟ ବାୟୁସେନା ମଙ୍ଗଳବାର ସକାଳେ ୩.୩୦ରେ ନିୟନ୍ତ୍ରଣ ରେଖା (ଏଲଓସି) ପାର କରି ଆତଙ୍କବାଦୀଙ୍କ ଶିବିର ଧଂସ କରିଛନ୍ତି । ବାୟୁସେନାର ମିରାଜ-୨୦୦୦ର ୧୨ଟି ବିମାନ ପାକିସ୍ତାନ ଅଧିକୃତ କଶ୍ମୀରରେ କ୍ୟାମ୍ପରେ ୧ହଜାର କିଲୋ ବମ ଫୋପାଡିଛନ୍ତି । ଏଥିରେ ସେଠାରେ ଥିବା ୩୦୦ଆତଙ୍କବାଦୀ ମୃତୁ୍ୟବରଣ କରିଛନ୍ତି ।
ଭାରତୀୟ ବାୟୁ ସେନାର ଏହି କାର୍ଯ୍ୟ ପାଇଁ ସମଗ୍ର ଦେଶ ସହ ବଲିଉଡ ସେଲିବ୍ରେଟିମାନେ ମଧ୍ୟ ଏହି କାର୍ଯ୍ୟ ପାଇଁ ବାୟୁସେନାକୁ ପ୍ରସଂଶା କରିଛି ।
ବଲିଉଡ ଅଭିନେତା ଅନୁପମ ଖେର ଏ ବିଷୟରେ ଟ୍ୱିଟ କରି ଲେଖିଛନ୍ତି କି, ଭାରତ ମାତା କି ଜୟ ।
ଅଜୟ ଦେବଗନ ଟ୍ୱିଟ କରି କହିଛନ୍ତି କି, ବାୟୁ ସେନାକୁ ସଲାମ କରୁଛି ।
ଅକ୍ଷୟ କୁମାର ଲେଖିଛନ୍ତି ‘ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିତବାରୁ ଭାରତୀୟ ବାୟୁସେନା ଉପରେ ମୁଁ ଗର୍ବିତ । ଭିତରେ ପଶିକି ମାର ! ଏବେ ଆମେ ଆଉ ଚୁପ ବସି ପାରିବୁ ନାହଁ ।
ପରେଶ ରାୱଲ କହିଛନ୍ତି କି, ‘ସତରେ ଏହା ଏକ ସୁନ୍ଦର ସକାଳ ଅଟେ । ଏହି କାର୍ଯ୍ୟ ପାଇଁ ମୁଁ ସେନାକୁ ସଲାମ କରୁଛି ।
ମଧୁର ଭନ୍ଦାରକର ଲେଖିଛନ୍ତ ଯେ, ଶତ୍ରୁଙ୍କ ଛାତିରେ ଆକ୍ରମଣ କରିବା ପାଇଁ ସାହାସୀ ଭାରତୀୟ ବାୟୁସେନାକୁ ସଲାମ କରୁଛି । ବର୍ତମାନ ଭାରତୀୟମାନଙ୍କୁ ଏକଜୁଟ ହେବାର ସମୟ ଆସିଛି ।
ମଲ୍ଲିକା ଶେରାୱତ – ଭାରତ ମାତା କି ଜୟ ଲେଖି ଭାରତୀୟ ବାୟୁ ସେନାକୁ ସ୍ୟାଲୁଟ କରିଛନ୍ତି ।
ଅଭିଷେକ ବଚ୍ଚନ – ନମସ୍କାର କରିଛନ୍ତି ।
ତୁଷାର କପୁର- ଜୟ ହିନ୍ଦ
ମୁଗଧା ଗଡସେ- ଏହା ଆମ ଭାରତ , ଜୟ ହିନ୍ଦ ।
ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁସେନାର ୧୨ ଲଢୁଆ ବିମାନ ପାକିସ୍ଥାନକୁ ମୁହଁ ତୋଡ ଜାବବ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*